ଆମକୁ ଏବେ ବି ସଚେତନ ହୋଇ ରହିବାକୁ ପଡିବ : ମନ୍ତ୍ରୀ ଅରୁଣ ସାହୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ଆମକୁ ଏବେ ବି ସଚେତନ ହୋଇ ରହିବାକୁ ପଡିବ ଓ ମାସ୍କ ପିନ୍ଧିବାକୁ ପଡିବ। ଏମିତି ଅନେକ କିଛି ସଚେତନତା ବାର୍ତ୍ତା ଦେଇଥିଲେ ମନ୍ତ୍ରୀ ଡ଼ଃ ଅରୁଣ କୁମାର ସାହୁ । ମହାନଦୀରୁ ପାଣି ନୟାଗଡ଼କୁ ଆସିବା ପାଇଁ ନିର୍ଵାଚନ ପୂର୍ବରୁ ପ୍ରକଳ୍ପ ଶୁଭ ଦିଆ ହୋଇଥିଲା । କିନ୍ତୁ କରୋନା ପାଇଁ ତାହା ଆରମ୍ଭ ହୋଇପାରିନଥିଲା , ଏବେ ପ୍ରକଳ୍ପ କାମ ଖୁବଶୀଘ୍ର ଆରମ୍ଭ ହେବ ବୋଲି ମନ୍ତ୍ରୀ ଡ଼ଃ ସାହୁ ଜୁମ ଆପ ମାଧ୍ୟମରେ ଆଜି ଅନୁଷ୍ଠିତ ହୋଇଥିବା ବାଲୁଗାଁ ଜୋନ୍ ର ଜନସଚେତନତା କାର୍ଯ୍ୟକ୍ରମରେ ସୂଚନା ଦେଇଥିଲେ ।
ଏହି କାର୍ଯ୍ୟକ୍ରମରେ ବିଜେଡି ନୟାଗଡ଼ ବ୍ଲକ ସଭାପତି, ନୟାଗଡ଼ ବ୍ଲକ ଅଧ୍ୟକ୍ଷ, ଉପାଧ୍ୟକ୍ଷ, ଓଡିଶା ମୋ ପରିବାର ଜୀବନ ବିନ୍ଦୁ ର ନୟାଗଡ଼ ଜିଲ୍ଲା ସଂଯୋଜକ, ଜିଲ୍ଲା ବିଜୁ ଯୁବ ଜନତା ଦଳର ସଭାପତି , ଜିଲ୍ଲା ଛାତ୍ର ଜନତା ଦଳର ସଭାପତି ସମେତ ବାଲୁଗାଁ ଜୋନ୍ ର ଶହ ଶହ କର୍ମୀ ଓ ଶୁଭେଛୁ ଯୋଗଦାନ କରିଥିଲେ।