IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ DG ଦାୟିତ୍ୱ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ) : IPS ଅରୁଣ କୁମାର ରାୟଙ୍କୁ ଅଗ୍ନିଶମ ଓ ହୋମ୍‌ଗାର୍ଡ DG ଦାୟିତ୍ୱ। ୧୯୮୮ ବ୍ୟାଚର ବରିଷ୍ଠ IPS ଅରୁଣ କୁମାର ରାୟ। ସ୍ପେଶାଲ ଡିଜି କମ୍ୟୁନିକେସନ ଅଛନ୍ତି ଅରୁଣ କୁମାର ରାୟ।
ନିଜ ମୂଳ ଦାୟିତ୍ୱ ସହ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଅତିରିକ୍ତ ଦାୟିତ୍ୱ ଦିଆଯାଇଛି। ଏନେଇ ଗୃହ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପୂର୍ବରୁ ଅଗ୍ନିଶମ ଓ ହୋମଗାର୍ଡ ଡିଜି ଥିବା ଏମ୍‌ ଅକ୍ଷୟ ଅବସର ନେଇଛନ୍ତି।

Leave a comment