ଘର ପାଖରୁ କେବେ ହାଣନ୍ତୁ ନାହିଁ ଏସବୁ ଗଛ, ଭୟଙ୍କର ବିପଦ ପଡ଼ି ପାରେ

0

ବାସ୍ତୁଶାସ୍ତ୍ର ଅନୁସାରେ ଆମ ପରିବେଶରେ ଅନେକ ଗଛଲତା ଅଛି ଯାହା ଆମ ପାଇଁ ବହୁତ ଶୁଭ ହୋଇଥାଏ ଏବଂ ତାହାକୁ ଆମ ଘରେ ଲଗାଇବା ଉଚିତ୍। ଏଥି ମଧ୍ୟରୁ କିଛି ଗଛ ଆମ ଘରର ଆଖପାଖରେ ଆପେ ଆପେ ଉଠି ଘରକୁ ସୁଖ ସମୃଦ୍ଧି ଏବଂ ଶାନ୍ତି ଆସିବାର ସଂକେତ ଦେଇଥାଏ। ଏପରି ଗଛ ଆମ ଘର ପାଖରେ ବା ବାଡ଼ିରେ ରହିବା କେବଳ ବର୍ତ୍ତମାନ ନୁହେଁ ଆମର ଭବିଷ୍ୟତ ମଧ୍ୟ ସୁନ୍ଦର କରିଥାଏ ବୋଲି ବିଶ୍ୱାସ କରାଯାଏ। ଆଜି ଆମେ ଆପଣଙ୍କୁ ଏପରି କିଛି ଗଛ ବିଷୟରେ ଜଣେଇବୁ ଯାହା ବିଷୟରେ ବାସ୍ତୁଶାସ୍ତ୍ରରେ କୁହାଯାଇଛି। ପ୍ରଥମେ କିଛି ଗଛ ବିଷୟରେ ଜାଣିବା ଯାହା ଆମ ଜୀବନରେ ଶୁଭ ପ୍ରଭାବ ପକାଇଥାନ୍ତି। ଏହାପରେ ଏପରି ଗଛ ବିଷୟରେ ଜାଣିବା ଯାହାକୁ ଆମର ଘରେ ଲଗାଇବା ଉଚିତ ନୁହେଁ।

ତୁଳସୀ ଗଛ:- ଏହି ଗଛ ଧାର୍ମିକ ଆଧ୍ୟାତ୍ମିକ ସାଂସ୍କୃତିକ ଏବଂ ଔଷଧ ଦୃଷ୍ଟିକୋଣରୁ ଅତ୍ୟନ୍ତ ଶୁଭ ଓ ପବିତ୍ର ଗଛ ମାନାଯାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ସବୁ ଘରେ ତୁଳସୀ ଗଛ ଲାଗିବା ଉଚିତ। ଏହି ଗଛ ମା’ ଲକ୍ଷ୍ମୀଙ୍କର ପ୍ରତୀକ ହୋଇଥାଏ। ଏବଂ ତୁଳସୀର ପତ୍ର ଭଗବାନ ବିଷ୍ଣୁଙ୍କୁ ଅତ୍ୟନ୍ତ ପ୍ରିୟ ଏଥିପାଇଁ ଏହି ଗଛ ଘରେ ରହିଲେ ଆମର ଘରରେ ଧନର ଅଭାବ ରହି ନଥାଏ। ଏବଂ ରୋଗ ମଧ୍ୟ ଛୁଏଁ ନାହିଁ। ତୁଳସୀ ଗଛ ଘରକୁ ସକାରାତ୍ମକ ଉର୍ଜା ପ୍ରଦାନ କରିଥାଏ। ଏହାସହ ତୁଳସୀ ଗଛ ଅଶୁଭ ଶକ୍ତିକୁ ଘର ଭିତରକୁ ପ୍ରବେଶ କରିବାକୁ ଦିଏ ନାହିଁ।

ବେଲ ଗଛ: ଯେଉଁ ଘର ପାଖରେ ବା ବାଡ଼ିରେ ବେଲ ଗଛ ଥାଏ ସେହି ଘରର ଲୋକେ ସବୁବେଳେ ସୁଖୀ ରହିଥାନ୍ତି ବୋଲି କୁହାଯାଏ। ଏହ ବୃକ୍ଷ ଭଗବାନ ଶିବଙ୍କର ଅତ୍ୟନ୍ତ ପ୍ରିୟ। ଏଥିପାଇଁ ଯଦି ବେଲ ଗଛକୁ ଘର ପାଖରେ ଲଗାନ୍ତି ତେବେ ଭଗବାନ ଶିବଙ୍କ କୃପାରୁ କୌଣସି ପ୍ରକାରର ବାଧା, ଭୁତ ପ୍ରେତ ଏବଂ ଅଶୁଭ ଶକ୍ତି ଘରେ ପ୍ରବେଶ କରି ପାରିବେ ନାହିଁ । ଏହାସହ ରାହୁ କେତୁର ଅଶୁଭ ପ୍ରଭାବରୁ ମଧ୍ୟ ଆମର ଘର ସୁରକ୍ଷିତ ରହିଥାଏ। ଏଥିପାଇଁ ଘରେ ବେଲ ଗଛ ରହିବା ବହୁତ ଶୁଭ ହୋଇଥାଏ।

ଲେମ୍ବୁ ଗଛ: ଆପଣଙ୍କୁ ତ ଜଣା ଥିବ କି ତନ୍ତ୍ର ମନ୍ତ୍ର ଏବଂ ସାଧନା ଖରାପ ନଜରରୁ ବଞ୍ଚିବା ପାଇଁ ଲେମ୍ବୁର ପ୍ରୟୋଗ କରାଯାଏ। କାରଣ ଲେମ୍ବୁରେ ନକରାତ୍ମକକୁ ଦୂରେଇବା ପାଇଁ ଅଦ୍ଭୁତ ଶକ୍ତି ରହିଥାଏ। ଏହି ଗଛ ଆଖପାଖର ଖରାପ ଶକ୍ତିକୁ ମଧ୍ୟ ନିଜ ଭିତରକୁ ଟାଣିଆଣେ। ଏଥିପାଇଁ ଯଦି ଘର ପାଖରେ ଲେମ୍ବୁ ଗଛ ରହିଥାଏ ତାହାଲେ ଏହାର ପ୍ରଭାବରେ ଘରକୁ କାହାର ଖରାପ ନଜର ଲାଗେନାହିଁ। ଏବଂ ଘରର ବାତାବରଣ ଶୁଦ୍ଧ ଏବଂ ସକାରାତ୍ମକ ଉର୍ଜାରେ ଭରପୁର ରହିଥାଏ।

ଅରଖ ଗଛ: ଏହି ଗଛକୁ ମଧ୍ୟ ଶୁଭ ମାନାଯାଏ। ଏହି ଗଛର ଫୁଲକୁ ଭଗବାନ ଶିବଙ୍କୁ ଅର୍ପିତ କରାଯାଏ। ଏହି ଗଛ ଆମର ଜୀବନର ଥିବା ବାଧାକୁ ଦୂର କରିଥାଏ। ଯଦି ଏହି ଗଛ ଘରର ମୁଖ୍ୟ ଦ୍ଵାରର ହଠାତ ଉଠିଯାଏ ତେବେ ସେହି ଘରେ କେବେବି କିଛି ବିପଦ ଆସେ ନାହିଁ ବୋଲି କୁହାଯାଏ। ଯଦି କୌଣସି ବ୍ୟକ୍ତିର ଜନ୍ମ କୁଣ୍ଡଳୀରେ କୌଣସି ଦୋଷ ରହିଥାଏ କିମ୍ବା କୌଣସି ବ୍ୟକ୍ତିକୁ ବାରମ୍ବାର ନଜର ଲାଗୁଥାଏ ତାହାଲେ ଏହି ଗଛ ପତ୍ରର ହାର ବନେଇ ଗଳାରେ ପିନ୍ଧିଲେ ଲାଭ ମିଳିଥାଏ।

କଦଳୀ ଗଛ: ଏହି ଗଛ ଧାର୍ମିକ କାର୍ଯ୍ୟରେ ଲାଗିବା ସହ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଘରକୁ ସୁଖ ସମୃଦ୍ଧି ଏବଂ ଖୁସି ଆଣିଥାଏ। କଦଳୀ ଗଛରେ ଭଗବାନ ବିଷ୍ଣୁ ବାସ କରନ୍ତି। ଏଥିପାଇଁ ଘର ସାମ୍ନାରେ କଦଳୀ ଗଛ ରହିଲେ ଘରେ ମା’ ଲକ୍ଷ୍ମୀଙ୍କର ବାସ ହୋଇଥାଏ ବୋଲି କୁହାଯାଏ।

ନଡ଼ିଆ ଗଛ:- ନଡ଼ିଆ କୌଣସି ବି ଧାର୍ମିକ କାର୍ଯ୍ୟର ଏକ ଅଙ୍ଗ ଅଟେ। ଏଥିପାଇଁ ନଡ଼ିଆ ଗଛକୁ ଶୁଭ ମାନାଯାଏ। ଘରର ପାଖରେ ବା ବାଡ଼ିରେ ନଡ଼ିଆ ଗଛ ଥିଲେ ଘରେ ସବୁବେଳେ ସୁଖ ଶାନ୍ତି ରହିଥାଏ ବୋଲି ବାସ୍ତୁ ଶାସ୍ତ୍ରରେ କୁହାଯାଏ। ଏବଂ ସେହି ଘରର ସମାଜରେ ବହୁତ ମାନ ସମ୍ମାନ ବଢ଼ିଥାଏ।

ଅଁଳା ଗଛ:- ଏହି ଗଛ ଭୌତିକ ତତ୍ୱର ଭରପୁର ଅଟେ। ଏହି ଗଛର ଆଖପାଖରେ ସକାରାତ୍ମକ ଉର୍ଜା ରହିଥାଏ। ଏଥିପାଇଁ ଘରର ଅଗଣାରେ ଅଁଳା ଗଛ ଲଗାଇଲେ ଘରର ସଦସ୍ୟଙ୍କର ସ୍ୱାସ୍ଥ୍ୟ ସବୁବେଳେ ଭଲ ରହିଥାଏ। ଏବଂ ଘରେ ସକାରାତ୍ମକ ଉର୍ଜାର ବାତାବରଣ ରହିଥାଏ। ଏବଂ ଏହି ଗଛକୁ ପାପ ହରଣକାରୀ ଗଛ ମଧ୍ୟ କୁହାଯାଏ।

ତେବେ ଘର ପାଖରେ ତେନ୍ତୁଳି, ଦେବଦାରୁ, କଇଥ, ସିଯୁ, ବାବାଲ, ବାଉଁଶ ଆଦି ଗଛ ରଖିବା ଉଚିତ୍ ନୁହେଁ। ସେହିପରି ବର ଓସ୍ତ ଗଛ ରଖିବା ମଧ୍ୟ ଖରାପ ହୋଇଥାଏ।

Leave a comment