ମୋବାଇଲ ଆପସ୍ରେ ଠକୁଥିବା ଯୁବକ ଗିରଫ

ଓଡ଼ିଶାଫାଷ୍ଟ (ବ୍ୟୁରୋ): ମୋବାଇଲ ଆପସ୍ ଜରିଆରେ ସାଧାରଣ ଲୋକଙ୍କୁ ଠକୁସ୍ୱା ଜଣେ ଯୁବକକୁ ପୁଲିସ ଗିରଫ କରିଛି । ଯୁବକ ହେଲା ସୋରଡା ଅଞ୍ଚଳର ଯୁବକ ସୁନୀଲ ରାଉତରାୟ । ସେ ଝାରସୁଗୁଡାର ଜଣେ ଡାକ୍ତରଙ୍କୁ ଏହିଭଳି ଉପାୟରେ ଗତ ମେ ମାସରେ ୧୦ ହଜାର ଟଙ୍କା ଠକି ନେଇଥିଲା । ସୁନିଲଠାରୁ ଠକେଇର ଶିକାର ହୋଇଥିବା ଜାଣିବା ପରେ ଡାକ୍ତର ଜଣଙ୍କ ଝାରସୁଗୁଡା ଥାନାରେ ଏତଲା ଦେଇଥିଲେ । ପୋଲିସ ଏହି ମାମଲାର ତଦନ୍ତ କରି ସୁନୀଲ ରାଉତରାୟକୁ ଗିରଫ କରି ତା ନିକଟରୁ ୨୮ଟି ମୋବାଇଲ୍ ସିମକାର୍ଡ, ୧୧ଟି ମୋବାଇଲ ଫୋନ୍, ୧୫ଟି ଭିନ୍ନ ଭିନ୍ନ ବ୍ୟାଙ୍କର ଏଟିଏମ୍ କାର୍ଡ, ୩ଟି ପାସବୁକ ଜବତ କରିଛି ।