କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ଘଟଣା: ଅନୁପ ସାଏଙ୍କୁ ଆଜୀବନ ସଜା

ଭୁବନେଶ୍ବର: ଅନୁପ ସାଏଙ୍କୁ ଆଜୀବନ କାରାଦଣ୍ଡ । ଆଜୀବନ କାରାଦଣ୍ଡରେ ଦଣ୍ଡିତ କଲେ ରାୟଗଡ ଅତିରିକ୍ତ ଜିଲା ଦୌରା ଜଜ । ବହୁ ଚର୍ଚ୍ଚିତ କଳ୍ପନା ଦାଶ ଓ ବବଲି ଡବଲ ମର୍ଡର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ ପୂର୍ବତନ ବିଧାୟକ ଅନୁପ ସାଏ । ଏହି ମାମଲାରେ ଅନ୍ୟତମ ସହଯୋଗୀ ଅନୁପଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି କୋର୍ଟ । ପ୍ରେମ ସମ୍ପର୍କ, ସମ୍ପତ୍ତି ଓ ବିବାହ ପାଇଁ ଜିଦ ଯୋଗୁଁ ମହିଳାଙ୍କୁ ହତ୍ୟା କରାଯାଇଥିଲା।
ସୂଚନା ଅନୁଯାୟୀ, ୨୦୧୬ରେ ଏହି ଡବଲ ମର୍ଡର ଘଟଣା ଘଟିଥିଲା। ଛତିଶଗଡ଼ ଚକ୍ରଧର ନଗର ଥାନା ଅଞ୍ଚଳରେ ୨୦୨୦ ଫେବୃଆରୀ ୧୩ ତାରିଖରେ ଡବଲ ମର୍ଡର ଘଟଣାରେ ଅନୁପଙ୍କୁ ଗିରଫ କରାଯାଇଥିଲା । ମାମଲାରେ ଛନ୍ଦି ହୋଇ ପୂର୍ବତନ ବିଧାୟକ ଅନୁପ ସାଏ ୨ ବର୍ଷ ତଳୁ ଜେଲରେ ଅଛନ୍ତି । ପୋଲିସ ପ୍ରଥମେ ଅନୁପଙ୍କୁ ନିଜ ହେପାଜତକୁ ନେବା ପରେ ତାଙ୍କ ଡ୍ରାଇଭର ବର୍ଦ୍ଧନ ଟପ୍ପୋକୁ ପ୍ରମୁଖ ସହଯୋଗୀ ଭାବେ ଗିରଫ କରିଥିଲା । ଦୁଇମାସ ତଳେ ବର୍ଦ୍ଧନ ଟପ୍ପୋଙ୍କୁ ହାଇକୋର୍ଟରୁ ଜାମିନ ମଂଞ୍ଜୁର ହୋଇଛି । ଏବେ ଏହି ମାମଲାରୁ ରାୟ ପ୍ରକାଶ ପାଇଛି ।