ଟୀକାକୁ ଡରି ଡ୍ରମ୍ ପଛରେ ଲୁଚିଗଲେ ବୃଦ୍ଧା
ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା କାଳରେ ଟୀକା ହିଁ ଭରଷା। ହେଲେ ଗ୍ରାମାଞ୍ଚଳରେ କରୋନା ଭ୍ୟାକସିନ୍କୁ ନେଇ ଏବେ ବି ଲୋକଙ୍କ ମନରେ ଭୟ ରହିଛି। ବୃଦ୍ଧ ଲୋକମାନେ କରୋନା ଟିକା ନେବାକୁ ଭୟ କରୁଛନ୍ତି। ଏମିତି ଏକ ଘଟଣା ଉତ୍ତରପ୍ରଦେଶର ଇଟାଓ୍ବାରେ ଦେଖିବାକୁ ମିଳିଛି। ଜଣେ ବୃଦ୍ଧା ଟିକା ନନେବାକୁ ନିଜ ଘରେ ଥିବା ଏକ ଡ୍ରମ୍ ପଛ ପଟେ ଲୁଚି ଯାଉଥିବାର ଭିଡିଓ ଆସିଛି।
ଭିଡିଓଟି ଏବେ ସୋସିଆଲ୍ ମଡିଆରେ ଭାଇରାଲ୍ ହେଉଛି। ଭିଡିଓରେ ଜଣାପଡ଼ୁଛି, ଜଣେ ବୃଦ୍ଧା ଭ୍ୟାକସନ୍ ଭୟରେ ଡ୍ରମ୍ ପଛରେ ଛପିଯାଇଛନ୍ତି । ସ୍ବାସ୍ଥ୍ୟ କର୍ମୀ ଏବଂ ପରିବାର ଲୋକେ ତାଙ୍କୁ ବାହାରକୁ ଆଣିବାକୁ ବୁଝାସୁଝା କରୁଥିବା ମଧ୍ୟ ଦେଖିବାକୁ ମିଳିଛି। ବାହାରକୁ ଆସିବା ପରେ ବୃଦ୍ଧା ବାରମ୍ବାର ‘ନା’ ବୋଲି କହୁଛନ୍ତି।