ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍‌; ଅସୁସ୍ଥ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ୧୫ ଶ୍ରମିକ

0

ବାଲେଶ୍ୱର ଜିଲ୍ଲା ଖନ୍ତାପଡ଼ା ନିକଟରେ ଥିବା ଏକ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରୁ ଗ୍ୟାସ ଲିକ୍‌ । ଏଥିଯୋଗୁ କିଛି ଶ୍ରମିକ ଅସୁସ୍ଥ ହୋଇପଡ଼ିଥିଲେ । ସେମାନଙ୍କୁ ଚିକିତ୍ସା ପାଇଁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସମସ୍ତେ ବିପଦମୁକ୍ତ ଥିବା ବାଲେଶ୍ୱର ସିଡିଏମଓ ଦୁଲାଲସେନ ଜଗଦ୍ଦେବ କହିଛନ୍ତି ।

ସେ କହିଛନ୍ତି, ଚିକିତ୍ସା ପାଇଁ ୧୫ ଜଣ ଆସିଥିଲେ । ସେମାନଙ୍କ ଚିକିତ୍ସା ଜାରି ରହିଛି । ସମସ୍ତେ ବିପଦମୁକ୍ତ ଅଛନ୍ତି ।

Leave a comment