ଶାହାଙ୍କୁ ସ୍ୱାଇନ୍ ଫ୍ଲୁ , ଏମ୍ସରେ ଭର୍ତ୍ତି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଭାଜପା ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହା ସ୍ୱାଇନ୍ ଫ୍ଲୁରେ ଆକ୍ରାନ୍ତ ହୋଇଛନ୍ତି । ଏ ନେଇ ଶାହା ନିଜେ ଟ୍ୱିଟ୍ କରି ଜଣାଇଛନ୍ତି । ସେ କହିଛନ୍ତି, ମୋତେ ସ୍ୱାଇନ୍ ଫ୍ଲୁ ହୋଇଛି । ଏବେ ଯାହାର ଚିକିତ୍ସା ଚାଲିଛି । ଈଶ୍ୱରଙ୍କ କୃପା ଓ ଆପଣମାନଙ୍କ ଆର୍ଶୀବାଦରେ ମୁଁ ଶୀଘ୍ର ସୁସ୍ଥ ହୋଇଯିବି ବୋଲି ଶାହା କହିଛନ୍ତି ।
ଶାହା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ବୁଧବାର ରାତି ପ୍ରାୟ ୯ଟା ବେଳେ ଦିଲ୍ଲୀ ଏମ୍‌ସକୁ ନିଆଯାଇଥିଲା । ୩୦୧ ୱାର୍ଡରେ ତାଙ୍କୁ ସ୍ୱତନ୍ତ୍ର ଭାବେ ଚିକିତ୍ସା ଯୋଗାଇ ଦିଆଯାଉଛି ।

ତେବେ ଆସନ୍ତା ୧୮ରେ ଅମିତ ଶାହଙ୍କ କଟକ ଗସ୍ତ କାର୍ଯ୍ୟକ୍ରମ ଥିଲା । ଅସୁସ୍ଥତା ଯୋଗୁଁ ତାଙ୍କ ଓଡ଼ିଶା ଗସ୍ତ ବାତିଲ୍ ହୋଇଛି । ଏନେଇ ଦଳର ରାଜ୍ୟ ଉପସଭାପତି ସମୀର ମହାନ୍ତି ସୂଚନା ଦେଇଛନ୍ତି ।

Leave a comment