ବାଇଡେନଙ୍କ ଶପଥ ଗ୍ରହଣ ପୂର୍ବରୁ ୱାଶିଂଟନରେ ଲକଡାଉନ୍

0

ନୂଆଦିଲ୍ଲୀ, ଆମେରିକାର ସଂସଦ ଭବନରେ ହିଂସକ ଆକ୍ରମଣ ପରେ ସୁରକ୍ଷା ବ୍ୟବସ୍ଥାକୁ ଦୃଷ୍ଟିରେ ରଖି ଜୋ ବାଇଡେନ ଆମେରିକାର ରାଜଧାନୀ ୱାଶିଂଟନରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ। ଆମେରିକାର ସୁରକ୍ଷା ଏଜେନ୍ସି ସମ୍ଭାବିତ ବିପଦର ମୁକାବିଲା କରିବା ପାଇଁ କଡ଼ା ବ୍ୟବସ୍ଥା କରିଛନ୍ତି। ଏଥିସହିତ ୱାଶିଂଟନରେ ଲକଡାଉନ ଭଳି ସ୍ଥିତି ରହିଛି ଏବଂ ୨୫ ହଜାରରୁ ଅଧିକ ପୁଲିସ ସୁରକ୍ଷା ଦାୟିତ୍ୱରେ ରହିଛନ୍ତି। ଟ୍ୟାଙ୍କ ଓ କଂକ୍ରିଟ ଦ୍ୱାରା ରାସ୍ତାକୁ ଅବରୋଧ କରିବାର ବ୍ୟବସ୍ଥା ରହିଛି। ରାଷ୍ଟ୍ରୀୟ ସ୍ମାରକକୁ ବନ୍ଦ କରିଦିଆଯାଇଛି। ଆମେରିକା ସଂସଦ ପରିସରକୁ ଘେରାବନ୍ଦୀ କରାଯାଇ ପ୍ରତ୍ୟେକ ମାର୍ଗରେ ଚେକ ପୋଷ୍ଟ ପ୍ରସ୍ତୁତ କରାଯାଇଛି।

Leave a comment