ବିଜେଡି ଛାଡି ବିଜେପିରେ ମିଶିଲେ ବରିଷ୍ଠ ନେତା ଅମର ପଟ୍ଟନାୟକ

0

ଭୁବନେଶ୍ୱର : ବିଜେଡି ଛାଡି ବିଜେପିରେ ମିଶିଛନ୍ତି ବରିଷ୍ଠ ନେତା ଅମର ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅମରଙ୍କୁ ସ୍ୱାଗତ କରିବା ସହ ନିଜ ଅଭିଭାଷଣ ରଖି ଅମରଙ୍କୁ ପ୍ରଶଂସା କରିଛନ୍ତି।

ମୁଖ୍ୟମନ୍ତ୍ରୀ ପ୍ରତିକ୍ରିୟାରେ କହିଛନ୍ତି ଯେ, ବିଜେଡିରେ ଅଣନିଶ୍ବାସୀ ହେଉଥିଲେ ଅମର ପଟ୍ଟନାୟକ ଏବେ ତାଙ୍କୁ ମୁକ୍ତି ମିଳିଛି । ଏବେ କାମ କରିବାର ସୁଯୋଗ ପାଇବେ । ସେ ତାଙ୍କର ମନର କଥା କହି ସାରିଛନ୍ତି, ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ବାରା ଅନୁପ୍ରାଣିତ କହିଛନ୍ତି । ଜଣେ ବୌଦ୍ଧିକ ବ୍ୟକ୍ତି, ସଂସଦରେ ବେଶ୍‌ ଭଲ କାମ କରିଛନ୍ତି ଏବଂ ରାଷ୍ଟ୍ରନିର୍ମାଣରେ ସାମିଲ ହେବାକୁ ଯେଉଁ ଲକ୍ଷ୍ୟ ରଖିଛନ୍ତି ସେନେଇ ସୁଯୋଗ ପାଇବେ । ପ୍ରଧାନମନ୍ତ୍ରୀ ମୋଦୀ ସର୍ବଦା ଓଡ଼ିଶାକୁ ଗୁରୁତ୍ବ ଦେଇ ଆସିଛନ୍ତି ବୋଲି ମୋହନ ମାଝୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ ଏକଥା ମଧ୍ୟ କହିଛନ୍ତି ଯେ, ଏଥିପାଇଁ ଗତ ୧୬ ମାସ ଭିତରେ ୭ ଥର ଓଡ଼ିଶା ଆସିଛନ୍ତି ମୋଦୀ । ଅମର ବାବୁ ବିଜେପିରେ ମିଶିବା ଦ୍ବାରା ଆମର ଶକ୍ତି ବୃଦ୍ଧି ପାଇଛି ଏବଂ ଆଜି ନବୀନ ବାବୁ ନୂଆପଡ଼ାରେ ପ୍ରଚାର କରୁଛନ୍ତି କହି କଟାକ୍ଷ କରିଛନ୍ତି ମୋହନ । କାଲି ଅମର ବାବୁ ଆମ ପାଇଁ ନୂଆପଡ଼ା ଯାଇ ପ୍ରଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ସୂଚନାଯୋଗ୍ୟ, ଭାରତୀୟ ଜନତା ପାର୍ଟି (ବିଜେପି)ରେ ଯୋଗ ଦେଇଛନ୍ତି ବିଜୁ ଜନତା ଦଳର ବରିଷ୍ଠ ନେତା ଅମର ପଟ୍ଟନାୟକ। ରାଜ୍ୟ କାର୍ଯ୍ୟାଳୟରେ ଏକ ମିଶ୍ରଣ ପର୍ବରେ ସାମିଲ ହୋଇଛନ୍ତି ଅମର ପଟ୍ଟନାୟକ।

ଏଠାରେ କହି ରଖୁ କି ପୂର୍ବରୁ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦଳରୁ ବିଦା ହୋଇଥିଲେ ଶ୍ରୀମୟୀ। ସେହି ସମୟରେ ଦଳ ବିରୋଧୀ କାର୍ଯ୍ୟ ପାଇଁ ତାଙ୍କୁ ନିଲମ୍ବନ କରାଯାଉଛି ବୋଲି ଦଳ ସଫେଇ ରଖିଥିଲା। କିନ୍ତୁ ଆଜି ସୋମବାର ସକାଳୁ ଅମରଙ୍କ ବିଜେପିରେ ଯୋଗଦାନ ଚର୍ଚ୍ଚା ପରେ ରାଜ୍ୟ ରାଜନୀତିରେ ଆଲୋଚନା ଜୋର ଧରିଥିଲା। ସେପଟେ ବିଜେଡ଼ି କ୍ୟାମ୍ପରେ ମଧ୍ୟ କମ୍ପନ ସୃଷ୍ଟି ହୋଇଛି।

ସେପଟେ ଆଜି ପୁଣି ଥରେ ତେରଛା ବାଣ ମାରିଛନ୍ତି ଶ୍ରୀମୟୀ। ଶକ୍ତି ନାନୀ କହି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଟାର୍ଗେଟ କରିଛନ୍ତି ଶ୍ରୀମୟୀ। ସେ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଲେଖିଛନ୍ତି ଯେ କିଏ ବୁଡ଼ାଉଛି ‘ଟାଇଟାନିକ୍’?। ବିଜେଡିକୁ ‘ଟାଇଟାନିକ୍’ ସହ ତୁଳନା କରି ପୁଣି ମାଡ଼ ମାରିଛନ୍ତି ଶ୍ରୀମୟୀ ମିଶ୍ର। ବହୁଚର୍ଚ୍ଚିତ ‘ଟାଇଟନିକ୍’ ଜାହାଜ ଯେମିତି ବୁଡ଼ିଥିଲା ସେମିତି ବିଜେଡିକୁ ବୁଡ଼ାଇବାକୁ ବିଶ୍ବସ୍ତରୀୟ ଯୋଜନା ହେଉଛି। ଶକ୍ତି ନାନୀ କହି ପାଣ୍ଡିଆନଙ୍କ ପତ୍ନୀ ସୁଜାତାଙ୍କୁ ଇସାରା ଦେଇ ଫେସବୁକରେ ପୋଷ୍ଟ କରି ସେ ଲେଖିଛନ୍ତି।

ବିଜେଡିରେ ଶକ୍ତି ନାନୀଙ୍କୁ ଏଣ୍ଟ୍ରି ଦେଇ ଉତ୍ତରାଧିକାରୀ ହାଇଜାକ୍ ପ୍ଲାନ ହେଉଛି। ପୂର୍ବରୁ ବିଜେଡି, ନବୀନ, ପାଣ୍ଡିଆନଙ୍କୁ କଡ଼ା କଥା କହିଥିବା ଶ୍ରୀମୟୀ ଏଥର ପାଣ୍ଡିଆନଙ୍କ ପତ୍ନୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। କୁଆଡ଼େ ସୁଜାତା ବିଜେଡି ଉତ୍ତରାଧିକାରୀ ମୁକୁଟ ପିନ୍ଧିବା ପାଇଁ ଯୋଜନା ଚାଲିଛି। ଏଥିପାଇଁ ନୂଆପଡ଼ାରେ ଡେରା ପକାଇଥିବା କିଛି ହାତ ଗଣତି ଚାଟୁକାର ଉତ୍ସାହିତ ଅଛନ୍ତି।

ଖାଲି ଏତିକି ନୁହେଁ ପାଣ୍ଡିଆନଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ରାଜ୍ୟବାସୀ ତାମିଲ ପୁଅକୁ ପ୍ରତ୍ୟାଖାନ କଲେ, ତାଙ୍କ ସ୍ତ୍ରୀଙ୍କୁ କେତେ ଆଦର କରିବେ। ନୂଆପଡ଼ାରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନି ଛୁରିଆଙ୍କ ନାଁ ନନେଇ ସେ ଲେଖିଛନ୍ତି କି, ଯେମିତି ନୂଆପଡ଼ାରେ ମାମୁଘର ମିଳୁନି… ସେମିତି କେନ୍ଦ୍ରାପଡ଼ାରେ ବାପା ଘର ଖୋଜିବାକୁ ଡ୍ରାମା ହେବ। କାରଣ ଯିଏ, ଝାଡ଼ଖଣ୍ଡ ଜାମସେଦପୁର ପାଣି ପବନରେ ବଢ଼ିଛି, ସେ ଓଡ଼ିଆଙ୍କ ସ୍ପନ୍ଦନ କଥା ବୁଝିବ କେମିତି? ନିର୍ବାଚନ କମିଶନ ଯାହାଙ୍କ ‘ଶକ୍ତି’ରେ ବେଡ଼ି ପକାଇଥିଲେ, ସେ ଏବେ କୁଆଡ଼େ ନୂଆ ପରିଚୟ ଅପେକ୍ଷାରେ। ବିଜେଡି କର୍ମୀଙ୍କୁ ପ୍ରଶ୍ନ କରିଛନ୍ତି କି, ସେମାନେ ଅଣଓଡ଼ିଆ ଦମ୍ପତ୍ତିଙ୍କ ନିର୍ଦ୍ଦେଶରେ ପରିଚାଳିତ ହେବେ ତ ବୋଲି ଶ୍ରୀମୟୀ ପ୍ରଶ୍ନ କରିଛନ୍ତି।

Leave a comment