ପୁରା ଓଡିଶା ଲକ୍‌ ଡାଉନ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ):‘କରୋନା’ ମୁକାବିଲା ପାଇଁ ଆଜି ରାଜ୍ୟ ସାରା ଲକ୍‌ ଡାଉନ। ସମସ୍ତ ତିରିଶ ଜିଲ୍ଲାକୁ ଲକ୍‌ ଡାଉନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି ସରକାର । ଆଜି ମଧ୍ୟରାତିରୁ ମାର୍ଚ୍ଚ ୨୯ ଯାଏ ସମସ୍ତ ଜିଲ୍ଲା ଲକ୍‌ ଡାଉନ ରହିବ। ରାଜ୍ୟ ସରକାରଙ୍କ ମୁଖ୍ୟପାତ୍ର (ଆଇଇସି) ସୁବ୍ରତ ବାଗଚୀ ଆଜି ଏହି ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ପ୍ରଥମେ ପାଞ୍ଚଟି ଜିଲ୍ଲାକୁ ଲକ୍ ଡାଉନ କରାଯାଇଥିଲା। ଗତକାଲି ପୁଣି ନଅଟି ଜିଲ୍ଲାକୁ ଲକ୍‌ ଡାଉନ କରିବାକୁ ସରକାର ନିଷ୍ପତ୍ତି ନେଇଥିଲେ। ଆଜି ଅବଶିଷ୍ଟ ୧୬ ଜିଲ୍ଲାକୁ ଲକ୍‌ ଡାଉନ କରାଯିବ ବୋଲି ଘୋଷଣା କରାଯାଇଛି।

Leave a comment