ଶାନ୍ତି ବଜାୟ ରଖିବାକୁ ବିଜେପି ସାଂସଦଙ୍କୁ ଆହ୍ୱାନ ଦେଲେ ମୋଦି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ମଙ୍ଗଳବାର ସଂସଦୀୟ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିଜେପି ସାଂସଦମାନଙ୍କୁ ଶାନ୍ତି ବଜାୟ ରଖିବାକୁ ଆହ୍ୱାନ କରିଛନ୍ତି। ମଙ୍ଗଳବାର ସେ କହିଛନ୍ତି ସମାଜରେ ଶାନ୍ତି ଓ ଭାଇଚାରା ସୃଷ୍ଟି ପାଇଁ ସାଂସଦମାନେ ନେତୃତ୍ୱ ନିଅନ୍ତୁ।ସେ ଏଭଳି କହିବାର କିଛି ଦିନ ପୂର୍ବରୁ ହିଁ ଦିଲ୍ଲୀ ଭୟଙ୍କର ହିଂସା ଦେଖିସାରିଛି। ଏଠାରେ ୪୬ ଜଣଙ୍କର ଜୀବନ ମଧ୍ୟ ଯାଇସାରିଛି। ଉତ୍ତର-ପୂର୍ବ ଦିଲ୍ଲୀରେ ଏଭଳି ହିଂସାରେ କିଏ ସମ୍ପତ୍ତି ହରାଇଛି ତ ପୁଣି କିଏ ଅନାଥ ହୋଇଛନ୍ତି। ଏହା ଉଭୟ ଭାରତ ସରକାର ଏବଂ ଦିଲ୍ଲୀ ସରକାରଙ୍କ ଚିନ୍ତା ବଢ଼ାଇଦେଇଛି। ତେବେ ଆଜି ବୈଠକରେ ମୋଦି କହିଛନ୍ତି, “ବିକାଶ ଆମ ମନ୍ତ୍ର। ଶାନ୍ତି, ଏକତା ଏବଂ ଭାତୃଭାବ ବିକାଶ ପାଇଁ ନିତାନ୍ତ ଆବଶ୍ୟକ।” ସେ କହିଛନ୍ତି କିଛି ଦଳ ପାଇଁ ରାଜନୀତିକ ସ୍ୱାର୍ଥ ସବୁକିଛି ହୋଇପାରେ, ବିଜେପି ପାଇଁ ଜାତୀୟ ସ୍ୱାର୍ଥ ସବୁଠୁ ବଡ଼।

Leave a comment