ଏୟାର ଇଣ୍ଡିଆ ବିମାନର ପାଇଲଟ୍ କରୋନା ପଜିଟିଭ୍ ଚିହ୍ନଟ : ଉଡ଼ାଣକୁ କରାଗଲା ବାତିଲ୍
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଏୟାର ଇଣ୍ଡିଆର ଦିଲ୍ଲୀ-ମସ୍କୋ ରୁଟ୍ର ବିମାନ ଉଡ଼ାଣକୁ ବାତିଲ କରାଯାଇଛି। ଏହି ବିମାନର ପାଇଲଟ୍ଙ୍କ ସ୍ୱାବ୍ ରିପୋର୍ଟ କରୋନା ପଜିଟିଭ୍ ଆସିବା ପରେ ଏୟାର ଇଣ୍ଡିଆ ପକ୍ଷରୁ ଏଭଳି ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆଜି ସକାଳେ ରିପୋର୍ଟ ସମ୍ପର୍କରେ ଜଣାପଡ଼ିବା ପରେ ବିମାନକୁ ଉଜବେକିସ୍ତାନଠାରୁ ଦିଲ୍ଲୀ ଫେରାଇ ଅଣାଯାଇଛି ।
ଭୁଲ୍ରେ ପାଇଲଟ୍ଙ୍କ କରୋନା ପଜିଟିଭ୍ ରିପୋର୍ଟକୁ ନେଗେଟିଭ୍ ଭାବେ ପଢ଼ାଯାଇଥିବାରୁ ଏଭଳି ଅସୁବିଧା ସୃଷ୍ଟି ହୋଇଥିବା ଏୟାର ଇଣ୍ଡିଆ ପକ୍ଷରୁ କୁହାଯାଇଛଇ । ଏୟାର ଇଣ୍ଡିଆର ଏ-୩୨୦ ନିଓ(ଭିଟି-ଇଏକ୍ସ୍ଆର୍) ବିମାନ ଦିଲ୍ଲୀରେ ମଧ୍ୟାହ୍ନ ୧୨ଟା ୩୦ରେ ପହଞ୍ଚିବା ପରେ କ୍ରିୟୁ ସଦସ୍ୟଙ୍କୁ କ୍ୱାରାଣ୍ଟାଇନ୍ କରାଯାଇଛି । ପୂରା ବିମାନକୁ ସାନିଟାଇଜ୍ କରାଯାଇଛି। ତେବେ ମସ୍କୋରେ ଅଟକି ଥିବା ଭାରତୀୟଙ୍କୁ ଫେରାଇ ଆଣିବା ପାଇଁ ଏନ୍ୟ ଏକ ବିମାନକୁ ସେଠାକୁ ପଠାଯାଇଥିବାର ସୂଚନା ମିଳିଛି।