ସୋମବାର କୁ ଘୁଞ୍ଚିଲା ଓକିଲ ଓ ପୋଲିସ ବିବାଦ ଶୁଣାଣି

ଓକିଲ ଓ ପୋଲିସ ବିବାଦ ଘଟଣା ର ଶୁଣାଣି କୁ ଓଡ଼ିଶା ହାଇକୋର୍ଟ ସୋମବାର କୁ ଘୁଞ୍ଚାଇଦେଇଥିବା ଜଣାପଡିଛି । ଗତକାଲି ହାଇକୋର୍ଟ କ୍ରାଇମବ୍ରାଞ୍ଚ କୁ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଥିବା ବେଳେ, କ୍ରାଇମବ୍ରାଞ୍ଚ ପକ୍ଷରୁ ତଦନ୍ତ ରିପୋର୍ଟ ଦାଖଲ କରିନପାରି ଥିଲା ବେଳେ ଏହାକୁ ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ ଆସନ୍ତା ସୋମବାର କୁ ତଦନ୍ତ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କ୍ରାଇମବ୍ରାଞ୍ଚ ତରଫରୁ ତଦନ୍ତ ପାଇଁ ହାଇକୋର୍ଟ କୁ ଅଧିକ ୬ ସପ୍ତାହ ସମୟ ମାଗିଥବା ବେଳେ କୋର୍ଟ ଏହାକୁ ଅଗ୍ରାହ୍ୟ କରି ପରବର୍ତ୍ତୀ ଶୁଣାଣି କୁ ଆସନ୍ତା ସୋମବାର କୁ ରଖିଛନ୍ତି । ଆହୁରି ମଧ୍ୟ ସରକାର ଙ୍କ ତରଫରୁ ନିଲମ୍ବିତ ପୋଲିସ କର୍ମଚାରୀଙ୍କ ଉପରୁ ନିଲମ୍ବନ ଆଦେଶ ଉଠାଯିବା ନେଇ ହାଇକୋର୍ଟ ଅସନ୍ତୋଷ ପ୍ରକାଶ କରିବା ସହ କେଉଁ ପରିପ୍ରେକ୍ଷୀରେ ନିଲମ୍ବନ ଉଠାଗଲା ତାହା ଜଣାଇବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କାର୍ଯ୍ୟ ବନ୍ଦ ଆନ୍ଦୋଳନ କୁ ନେଇ ହାଇକୋର୍ଟ ବାର ଆସୋସିଏସନ ତରଫରୁ ଆସନ୍ତା ସୋମବାର ପର୍ଯ୍ୟନ୍ତ କାମ ବନ୍ଧ ରଖା ଯିବା ସହ ଡିଜିପି ଦେଇଥିବା ନିରପେକ୍ଷ ସ୍ଥାନରେ ଆଲୋଚନା ପ୍ରସ୍ତାବ ପରିପ୍ରେକ୍ଷୀରେ ବାର ଆସୋସିଏସନ ସୋମବାର ଦିନ ହେବାକୁ ଥିବା ପରବର୍ତ୍ତୀ ସାଧାରଣ ପରିଷଦ ବୈଠକରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ନିଷ୍ପତ୍ତି ନିଆଯିବ ବୋଲି ସମ୍ପାଦକ ସତ୍ୟବ୍ରତ ମହାନ୍ତି ସୂଚନା ଦେଇଛନ୍ତି ।