ମହାନଦୀରୁ ଅଭିନେତା ଅମ୍ଳାନଙ୍କ ପତ୍ନୀ ଉଦ୍ଧାର

ଓଡ଼ିଶା ଫାଷ୍ଟ(ବ୍ୟୁରୋ):ମହାନଦୀରୁ ଅଭିନେତା ପତ୍ନୀ ଭୂମିକାଙ୍କୁ ଉଦ୍ଧାର କରାଯାଇଛି। ମଧୁସୂଦନ ସେତୁ ନିକଟରେ ସ୍ଥାନୀୟ ଲୋକ ଓ ପୁଲିସ ଉଦ୍ୟମରେ ତାଙ୍କୁ ଉଦ୍ଧାର କରାଯାଇଛି। ନଦୀରେ ପୂଜା ସାମଗ୍ରୀ ବିସର୍ଜନ କରୁଥିବା ବେଳେ ନଦୀକୁ ଖସିପଡ଼ିଥିବା ପୁଲିସ ସୂଚନା ଦେଇଛି । ଉଦ୍ଧାର ପରେ ସିଡିଏ ଫେଜ୍-୨ ଥାନାରେ ପହଞ୍ଚିଛନ୍ତି ଅମ୍ଳାନ ଓ ତାଙ୍କ ସ୍ତ୍ରୀ। ତେବେ ଏହା ଦୁର୍ଘଟଣା ନା ଅନ୍ୟ କିଛି କାରଣ ଯୋଗୁ ଏହି ଘଟଣା ଘଟିଛି ସେନେଇ ପୁଲିସ ତଦନ୍ତ କରୁଛି।