ପ୍ରେମିକାଙ୍କ ଏସିଡ ମାଡକୁ ନେଇ ଚାଞ୍ଚଲ୍ୟ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ପ୍ରେମିକ ଓ ପ୍ରେମିକାଙ୍କ କଳହର କରୁଣ ପରିଣତି । କଟକ ଜଗତପୁର ଅଞ୍ଚଳର ଶିକାରୀପୁରରେ ଜନୈକ ପ୍ରେମିକା ନିଜେ ପ୍ରେମିକ ଉପରକୁ ଏସିଡ ମାଡ଼ କରିଥିବା ଅଭିଯୋଗ ଆସିଛି । ଏହି ଏସିଡ ମାଡ଼ରେ ପ୍ରେମିକ ଅଲେଖ ବାରିକ ଗୁରୁତର ଆହତ ହୋଇ କଟକ ଏସସିବିରେ ଚିକିତ୍ସିତ ହେଉଛନ୍ତି ।
ସୂଚନା ଅନୁଯାୟୀ, କଟକ ଜଗତପୁର ଅଞ୍ଚଳର ଶିକାରୀପୁରର ପ୍ରେମିକ ଅଲେଖ ବାରିକ ଓ ତାଙ୍କ ପ୍ରେମିକାଙ୍କ ମଧ୍ୟରେ ଝଗଡା ହେବାରୁ ପ୍ରେମିକା ଅଲେଖ ଉପରକୁ ଏସିଡ ମାଡ଼ କରିଥିଲା । ମାତ୍ର ଝଗଡାର ପ୍ରକୃତ କାରଣ କଣ ଥିଲା ଏହାକୁ ନେଇ କୌଣସି ସୂଚନା ମିଳିପାରି ନାହିଁ । ଥାନାରେ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।