ଶାସ୍ତ୍ର ଅନୁସାରେ ଯେଉଁ ନାରୀ ପାଖରେ ଏହି ୩ ଗୁଣ ରହିଥାଏ, ସେମାନଙ୍କୁ ବିବାହ କରିବା ଦ୍ୱାରା ଘରେ ସୁଖ ସମୃଦ୍ଧି ବୃଦ୍ଧି ପାଇଥାଏ
ଶାସ୍ତ୍ର କହୁଛି ବିବାହ ଜୀବନର ଗୋଟିଏ ମହତ୍ତ୍ୱପୂର୍ଣ୍ଣ ନିଷ୍ପତି ଅଟେ, ଯାହାକୁ ତରବରିଆ ଭାବରେ ନିଆଯାଇ ପାରି ନଥାଏ । ଯଦି କିଛି ସେଭଳି କରାଗଲା ତେବେ ଗୋଟିଏ ପରିବାର ନଷ୍ଟ ହୋଇଯାଏ । ପିତାମାତା ନିଜ ପୁତ୍ର କନ୍ୟାଙ୍କ ପାଇଁ ବିବାହ ପ୍ରସ୍ତାବ ପକାଇ , କିନ୍ତୁ ପୁଅ ଓ ଝିଅ ନିଜ ପାଇଁ ନିଜର ଉପଯୁକ୍ତ ପାତ୍ର ବା ପାତ୍ରୀ ଚୟନ କରି ଥାଆନ୍ତି ।
ଆଜିର ବିଦୁର ନୀତି କହୁଛି ଯେ ସବୁଠୁ ଗୁରୁତତ୍ୱପୂର୍ଣ୍ଣ ଅଟେ ବିବାହ ପୂର୍ବରୁ ସଠିକ୍ ଜୀବନ ସାଥି ବାଛିବା । ଯଦି ଗୋଟିଏ ଠିକ୍ ଜୀବନ ସାଥି ମିଳିଗଲା ତେବେ ଜୀବନ ସୁଖମୟ ହେବା ସହ ଘର ସ୍ବର୍ଗ ହୋଇଯାଏ । ଆସନ୍ତୁ ଜାଣିବା ସେହି ବିଶେଷ ଗୁଣ ଗୁଡ଼ିକ କଣ ?
ମର୍ଯ୍ୟାଦାରେ ରହୁଥିବା ନାରୀ – ବିବାହ ଗୋଟିଏ ପବିତ୍ର ବନ୍ଧନ ଅଟେ । ଏହି ବନ୍ଧନ ରେ ଉଭୟ ପୁରୁଷ ଓ ନାରୀ ନିଜ ସର୍ବଦା ରେ ରହିବା ନିହାତି ଆବଶ୍ୟକ । କିନ୍ତୁ ଯେଉଁ ନାରୀ ନିଜକୁ ମର୍ଯ୍ୟାଦା ରେ ରଖିଥାଏ , ବିବାହ ପରେ ଅନ୍ୟ ପୁରୁଷ ବିଷୟରେ ଚିନ୍ତା କରେନାହିଁ ଓ ନିଜର ମନକୁ ପବିତ୍ର ରଖିଥାଏ । ସେଭଳି ଘର ର ସର୍ବଦା ଉନ୍ନତି ହୋଇଥାଏ । ଏଭଳି ନାରୀ ଘର ଓ ପରିବାର ର ସବୁବେଳେ ଉନ୍ନତି ବିଷୟରେ ଚିନ୍ତା କରିଥାଏ । ବିବାହ ପରେ ପ୍ରତ୍ୟେକ ନାରୀ ଓ ପୁରୁଷ ବାହ୍ୟ ସୌନ୍ଦର୍ଯ୍ୟ କୁ ଉଭୟ ଉଭୟଙ୍କର ଅନ୍ତର୍ନିହିତ ସୌନ୍ଦର୍ଯ୍ୟ କୁ ପରଖିବା ଉଚିତ୍ । ସ୍ବାମୀ ଓ ସ୍ତ୍ରୀ ଦୁଇଜଣ ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ବ ଅଟନ୍ତି । ତେଣୁ ଉଭୟ ସେଥିପ୍ରତି ବିଶେଷ ଦୃଷ୍ଟି ଦେବା ଜରୁରୀ । ତେଣୁ ଯେତେ ଅସୁବିଧା ସମୟ ଆସୁ କେହି କାହାର ହାତ ଛାଡ଼ିବା ଉଚିତ୍ ନୁହେଁ।
ଧର୍ମର ପାଳନ କରୁଥିବା – ଧର୍ମ କର୍ମରେ ଜଡ଼ିତ ମହିଳା ଠିକ୍ ଭୁଲ୍ ମଧ୍ୟରେ ସଠିକ୍ ପାର୍ଥକ୍ୟ କୁ ଜାଣି ପରିଥାଏ । ଏଭଳି ନାରୀ କେବଳ ପରିବାର କୁ ନୁହେଁ ସମାଜ କୁ ମଧ୍ୟ ସଠିକ୍ ରାସ୍ତା ଦେଖାଇ ପାଇଥାଏ । ଆଧ୍ୟାତ୍ମ୍ୟ ରେ ବିଶ୍ୱାସ ରଖୁଥିବା ନାରୀ ଯେଉଁ ଘରେ ରହିଥାଏ ସେଠାରେ କଦାପି ଶାନ୍ତି ଭଙ୍ଗ ହୋଇ ନଥାଏ । ଧାର୍ମିକ କାର୍ଯ୍ୟରେ ସଂପୃକ୍ତ ରହିଥିବା ନାରୀ ର ଗୁଣ ବିବାହ ପରେ ମଧ୍ୟ ନିଜ ପିଲା ମାନଙ୍କ ମଧ୍ୟରେ ଭରି ଥାଏ । ଏହାଦ୍ବାରା ଅନେକ ପିଢ଼ି ପ୍ରଭାବିତ ହୋଇ ଥାଆନ୍ତି ।
ସନ୍ତୋଷ ପ୍ରଦାନ କାରୀ -ଯେଉଁ ସ୍ତ୍ରୀ ମାନଙ୍କ ମଧ୍ୟରେ ଲୋଭ ଭାବ ରହି ନଥାଏ , ସେ ନିଜର ଦାମ୍ପତ୍ୟ ଜୀବନ କୁ ସୁଖମୟ କରିଥାଏ । ଏଭଳି ନାରୀ ମାନେ ପରିସ୍ଥିତି ଅନୁରୂପ କାର୍ଯ୍ଯ କରି ଥାଆନ୍ତି । ଧର୍ଯ୍ୟ ଦ୍ଵାରା ସନ୍ତୋଷ ଭାବ ଜାଗ୍ରତ ହୋଇଥାଏ । ଯେଉଁ ସ୍ତ୍ରୀ ବିବାହ ପରେ ନିଜ ପରିବାରିକ ସ୍ଥିତି କୁ ସନ୍ତୁଳନ ରଖିବା ପାଇଁ ପ୍ରତ୍ୟେକ କାର୍ଯ୍ୟରେ ନିଜର ଦକ୍ଷତା ଦେଖାଇ ଥାଏ , ସେ ଗୋଟିଏ ଭଲ ସ୍ଵଭାବ ର ନାରୀ ହୋଇଥାଏ ।