ଗଛରେ ପିଟି ହେଲା କାର, ୪ ମୃତ
ଓଡିଶା ଫାଷ୍ଟ(ବ୍ୟୁରୋ): ଗଛକୁ ଧକ୍କା ଦେଇ କାର ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ୪ଜଣଙ୍କ ମୃତ୍ୟୁ ଘଟିଛି । ଗତକାଲି ନୟାଗଡ଼ ଜିଲ୍ଲା ନନ୍ଦିଘର଼ର ଚିରଞ୍ଜିବୀ ସାହୁ ତାଙ୍କ ପରିବାରକୁ ନେଇ ଭୁବନେଶ୍ୱର ଯାଇଥିଲେ । ବିଳମ୍ବିତ ରାତିରେ ଫେରୁଥିବା ବେଳେ କାରଟି ଶରଣକୁଳ ନନ୍ଦିଘର କରଡ଼ା ଛକରେ ଏକ ଗଛକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।
ଏହି ଦୁର୍ଘଟଣାରେ ୪ଜଣଙ୍କର ମୃତ୍ୟୁ ଘଟିଛି । ଚିରଞ୍ଜିବୀଙ୍କ ସହ ତାଙ୍କ ପରିବାରର ଆଉ ୨ ସଦସ୍ୟ ଆଦିତ୍ୟ ସାହୁ ଓ ମଧୁସ୍ମିତା ସାହୁଙ୍କର ମଧ୍ୟ ମୃତ୍ୟୁ ଘଟିଛି । ମୃତକମାନେ ଗୋଟିଏ ପରିବାରର ମାଆ ପୁଅ ଓ ବାପା ହୋଇଥିବା ସୂଚନା ମିଳିଛି ।