ଶିବସେନାକୁ ଲାଗିଲା ପ୍ରଥମ ଝଟକା, ବିଧାୟକ ଅବଦୁଲ ସତ୍ତାର ନବୀଙ୍କ ଇସ୍ତଫା

0

ଓଡିଶା ଫାଷ୍ଟ( ବ୍ୟୁରୋ) : ମହାରାଷ୍ଟ୍ର ଉଦ୍ଧବ ସରକାରଙ୍କୁ ଲାଗିଲା ପ୍ରଥମ ଝଟକା। ବିଭାଗ ବଣ୍ଟନକୁ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିଥିବାବେଳେ ଏବେ ଶିବସେନାର ଜଣେ ବିଧାୟକ ନିଜର ଅସନ୍ତୋଷ ଜାହିର କରିଛିନ୍ତି  ବିଧାୟକ ଜଣକ ହେଉଛନ୍ତି ଅବ୍ଦୁଲ ସତ୍ତାର ନବୀ। ବିଭାଗ ମିଳିବା ଆଗରୁ ସତ୍ତାର ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶିବସେନା କୋଟାରୁ ସେ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିଲେ। ତାଙ୍କ ଇସ୍ତଫା ପତ୍ର ଉଦ୍ଧବ ଠାକରେଙ୍କ ନିକଟରେ ପହଞ୍ଚି ନାହିଁ। ତେବେ ସତ୍ତାରଙ୍କୁ ମନ୍ତ୍ରିପଦ ମିଳିବା ପରେ ଶିବସେନାର ଅନେକ ବରିଷ୍ଠ ନେତା ଅସନ୍ତୋଷ ପ୍ରକାଶ କରିଥିଲେ।

ସୂଚନାଯୋଗ୍ୟ, ନିକଟରେ ଉଦ୍ଧବ ସରକାରରେ 36 ନୂଆ ମନ୍ତ୍ରୀ ଶପଥ ନେଇଥିଲେ। ସେମାନଙ୍କ ମଧ୍ୟରେ ଜଣେ ଉପମୁଖ୍ୟମନ୍ତ୍ରୀ, 25କ୍ୟାବିନେଟ୍‌ ମନ୍ତ୍ରୀ ଏବଂ 10 ରାଷ୍ଟ୍ରମନ୍ତ୍ରୀ ସାମିଲ ଥିଲେ। ଅନ୍ୟପଟେ 2014 ପରେ ପ୍ରଥମ ଥର ଲାଗି ମନ୍ତ୍ରିମଣ୍ଡଳରେ 4 ମୁସଲମାନଙ୍କୁ ସାମିଲ କରାଯାଇଛି। ଏମାନଙ୍କ ମଧ୍ୟରେ ଶିବସେନାରୁ ଜଣେ ମାତ୍ର ବିଧାୟକ ଥିଲେ ସତ୍ତାର। ସତ୍ତାରଙ୍କୁ ରାଷ୍ଟ୍ରମନ୍ତ୍ରୀ ପଦବୀ ମିଳିଥିବାବେଳେ ଏନସିବିର ନବାବ ମଲିକ, ହସନ ମୁଶରୀଫ ଏବଂ କଂଗ୍ରେସର ଅସଲମ ଶେଖଙ୍କୁ କ୍ୟାବିନେଟ୍‌ ପଦବୀ ମିଳିଥିଲା।

Leave a comment