ଦିଲ୍ଲୀ ବିଧାନସଭା ଭିତରେ ସୁଢଙ୍ଗ
ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଦିଲ୍ଲୀ ବିଧାନସଭା ପରିସରରୁ ମିଳିଲା ଲାଲ କିଲ୍ଲା ସହ ଜଡିତ ସୁଡଙ୍ଗଠାବ ହୋଇଛି । ଖୁବଶୀଘ୍ର ଏହା ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ବୋଲି ସୂଚନା ମିଳିଛି । ଏହି ସୁଡଙ୍ଗ ଲାଲକିଲ୍ଲାକୁ ସଂଯୋଗ କରୁଛି।ଦିଲ୍ଲୀ ବିଧାନସଭା ଅଧକ୍ଷ ରାମ ବିଲା ନିବାଲସ ଗୋୟେଲ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ”ଏହି ସୁ଼ଡଙ୍ଗ କେବେ ତିଆରି ହୋଇଥିଲା ସ୍ପଷ୍ଟ ଜଣାନାହିଁ ।
କିନ୍ତୁ କୁହାଯାଉଛି କି ପ୍ରାୟ ଏହା ସ୍ବତନ୍ତ୍ରତା ଆନୋଦଳନ ସମୟରେ ଏହା ନିର୍ମାଣ ହୋଇଛି । ଇଂରେଜ ମାନେ ଏହାକୁ ହିଂସାରୁ ରକ୍ଷା ପାଇବା ପାଇଁ ବ୍ୟବହାର କରୁଥିଲେ । ସେ କହିଛନ୍ତି ଆମେ ଏହାର ମୁଖ୍ୟ ଦ୍ବାରକୁ ଆମେ ଖୋଜି ପାଇଛୁ । କିନ୍ତୁ ଏହା ଆଗକୁ ଆଉ ଖୋଳାଯାଇ ନାହିଁ ।୨୦୨୨ ଅଗଷ୍ଟ ପନ୍ଦର ତାରିଖ ସୁଦ୍ଧା ଆମେ ଏହାର ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରଖିଛୁ ।
ଗୋୟଲ୍ କହିଛନ୍ତି କି ବିଧାନସଭା ପରିସରରେ ଥିବା ଫାସି ଗୃହ ସହ ନୁଆ ମିଳିଥିବା ସୁଡଙ୍ଗକୁ ମଧ୍ୟ ସାଧାରଣ ଲୋକଙ୍କ ଦର୍ଶନ ପାଇଁ ଖୋଲିବାକୁ ଯୋଜନା କରିଛୁ । ସେ କହିଛନ୍ତି ”ଭାରତ ସ୍ବାଧୀନତା ର ୭୫ ବର୍ଷ ପୂର୍ତି ଉପଲକ୍ଷେ ଆସନ୍ତା ୨୦୨୨ରେ ୨୬ ଜାନୁଆରି କିମ୍ବା ୧୫ ଅଗଷ୍ଟ ପୁର୍ବରୁ ଏକ ସୁନ୍ଦର ପ୍ରତିରୂପ ସାଧାରଣ ଲୋକଙ୍କ ପାଇଁ ଖୋଲାଯିବ ।
ସେ ଆହୁରି କହିଛନ୍ତି ପର୍ଯ୍ୟଟନ ବିଭାଗରୁ ଅନୁମତି ଆଣି ଶନିବାର ଓ ରବିବାର ସାଧାରଣ ଲୋକ ପାଇଁ ଖୋଲିବାକୁ ଯୋଜନା ହେଉଛି । ଅଧ୍ୟକ୍ଷ ଗୋୟେଲ କହିଛନ୍ତି ଏ ସୁଡଙ୍ଗ ବିଷୟରେ ଇତିହାସରେ କୌଣସି ପ୍ରମାଣ ନାହିଁ, ସ୍ବତନ୍ତ୍ରତା ସଂଗ୍ରାମ ସମୟରେ ଇଂରେଜ ମାନେ ହିଂସାରୁ ବର୍ତିବା ପାଇଁ ବ୍ୟବହାର କରୁଥିଲେ ।