ବିରୋଧୀଙ୍କ ହଟ୍ଟଗୋଳ ମଧ୍ୟରେ ବିଧାନସଭାରେ ଖର୍ଚ୍ଚ ଦାବି ପାରିତ, ଶୁକ୍ରବାର ଦିନ ୧୦ଟା ୩୦ମିନିଟ୍ ଯାଏଁ ଗୃହ ମୁଲତବୀ

ବିଧାନସଭାରେ ଖର୍ଚ୍ଚ ଦାବି ପାରିତ । ଗୃହରେ ବିଭିନ୍ନ ବିଭାଗର ଅତିରିକ୍ତ ଖର୍ଚ୍ଚ ଦାବି ପାରିତ ହୋଇଛି । ବିରୋଧୀଙ୍କ ପ୍ରବଳ ହଟ୍ଟଗୋଳ ଏବଂ ଘଣ୍ଟ ମାଡ ମଧ୍ୟରେ ଖର୍ଚ୍ଚ ଦାବି ପାରିତ ହୋଇଛି । ପାନୀୟ ଜଳ ଯୋଗାଣ ପାଇଁ ୧୨୫ କୋଟି ଟଙ୍କା ବ୍ୟବସ୍ଥା ହୋଇଛି । ନଳକୂପ ବ୍ୟବସ୍ଥା ପାଇଁ ୪୧ କୋଟି ୬୬ ଲକ୍ଷ ଟଙ୍କା । ସବୁଦିନିଆ ରାସ୍ତା ସଂଯୋଗୀକରଣ ପାଇଁ ୯୭ କୋଟି ୬୯ ଲକ୍ଷ ଟଙ୍କା । ରାସ୍ତା ଆଲୋକୀକରଣ ପାଇଁ ୬୫ କୋଟି ୬୬ ଲକ୍ଷ ଟଙ୍କା । ଗ୍ରାମୀଣ ହାଟର ବିକାଶ ପାଇଁ ୫୦ କୋଟି ଟଙ୍କା । ପ୍ରମୁଖ ସମ୍ପତ୍ତି ରକ୍ଷଣାବେକ୍ଷଣ ପାଇଁ ୫୮ କୋଟି ୩୩ ଲକ୍ଷ ଟଙ୍କା । ପ୍ରାଥମିକ ସ୍କୁଲ ଗୃହ ରକ୍ଷଣାବେକ୍ଷଣ ପାଇଁ ୫୨ କୋଟି ୩୩ ଲକ୍ଷ ଟଙ୍କା । ଜିଲ୍ଲାସ୍ତରୀୟ ଡାଟା ସେଣ୍ଟର ପ୍ରତିଷ୍ଠା ପାଇଁ ୨୫ କୋଟି ଟଙ୍କାର ବ୍ୟବସ୍ଥା ହୋଇଛି ।
ବିଧାନସଭାର ଅପରାହ୍ନ ଅଧିବେଶନରେ ବି ବିରୋଧୀଙ୍କ ଘଣ୍ଟ ମାଡ ଦୃଶ୍ୟ ଦେଖିବାକୁ ମିଳିଥିଲା । ବିଜେପି ସଦସ୍ୟମାନେ ଘଣ୍ଟ ବାଡେଇ ଫ୍ଲାଗ କାର୍ଡ ପ୍ରଦର୍ଶନ କରିଥିଲେ । କଂଗ୍ରେସ ମଧ୍ୟ ଗୃହର ମଧ୍ୟ ଭାଗରେ ହୋ ହଲ୍ଲା କରିଥିଲା । ଏହାରି ଭିତରେ ଭିତରେ ପଞ୍ଚାୟତିରାଜ ବିଭାଗର ଖର୍ଚ୍ଚ ଦାବି ଉପସ୍ଥାପିତ କଲେ ମନ୍ତ୍ରୀ ।
ବଜେଟ୍ ପାରିତ ପରେ ଶୁକ୍ରବାର ଦିନ ୧୦ଟା ୩୦ ଯାଏଁ ଗୃହ ମୁଲତବୀ ରଖିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।