ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଯୁବତୀଙ୍କ ମୃତଦେହ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରାଜଧାନୀର ଏକ ଘରୋଇ ହଷ୍ଟେଲରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଜଣେ ଯୁବତୀଙ୍କ ମୃତଦେହ । ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ଏହା ହତ୍ୟା ନା ଆତ୍ମହତ୍ୟା ତାହା ସ୍ପଷ୍ଟ ହୋଇନାହିଁ ।

ସୂଚନା ଅନୁଯାୟୀ, ପ୍ରଜ୍ଞା ପ୍ରିୟଦର୍ଶିନୀ(୨୪)ନାମକ ଜଣେ ଯୁବତୀ ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଏକ ଘରୋଇ ହଷ୍ଟେଲରେ ରହି କମ୍ପିଟେଟିଭ ପରୀକ୍ଷା ପାଇଁ ପ୍ରସ୍ତୁତ ହେଉଥିଲେ । ତାଙ୍କ ଘର ଯାଜପୁର ଜିଲ୍ଲା ସୁକିନ୍ଦା ଅଞ୍ଚଳରେ ବୋଲି ସୂଚନା ମିଳିଛି । ପ୍ରଜ୍ଞା କାଲି ରାତିରେ ନିଜ ରୁମରେ ଫ୍ୟାନରେ ଝୁଲି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଉଦ୍ଧାର କରିବା ସହ ଏହା ହତ୍ୟା ନ ଆତ୍ମହତ୍ୟା ତାହାର ତଦନ୍ତ ଚଳାଇଛି । ଏହି ଘଟଣାର ପ୍ରକୃତ କାରଣ ଖୋଜୁଛି ପୋଲିସ।

Leave a comment