ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ, ୪ ମୃତ, ୪ ଗୁରୁତର
ବାଣ ପ୍ରସ୍ତୁତି ବେଳେ ଭୟଙ୍କର ବିସ୍ଫୋରଣ। ଖୋର୍ଦ୍ଧା ଜିଲ୍ଲାର ଭୁଷଣ୍ଡପୁରରେ ବାଣ ପ୍ରସ୍ତୁତି ବେଳେ ବ୍ଲାଷ୍ଟିଂ ହୋଇଛି। ବାଣ ଫୁଟି ୪ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୪ଜଣ ଗୁରୁତର ହୋଇପଡିଛନ୍ତି। ଏକାଧିକ ଗୁରୁତରଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଦୋଳ ପୂର୍ଣ୍ଣିମା ପାଇଁ ଭୁଷଣ୍ଡପୁର ହୋଇଥାଏ ଆତସବାଜୀ ବାଣ ପ୍ରସ୍ତୁତ ପ୍ରତିଯୋଗିତା।
ଘଟଣା ସ୍ଥଳରେ ଟାଙ୍ଗି ଅଗ୍ନିଶମ ବିଭାଗ ଏବଂ ପୋଲିସ ପ୍ରଶାସନ ପହଞ୍ଚିଛନ୍ତି। ବ୍ଲାଷ୍ଟିଂ ଏତେ ଭୟଙ୍କର ହୋଇଛି ଯେ ବାଣ ପ୍ରସ୍ତୁତ ଘର ଭିତରେ ଅଗ୍ନିଶମ ବାହିନୀ ପ୍ରବେଶ କରିବାକୁ ମୁସ୍କିଲ ହେଉଛି। ବାଣ ଗୋଦାମକୁ କୌଣସି ଅନୁମତି ଦିଆଯାଇ ନ ଥିଲା ବୋଲି ପୋଲିସ କହିଛି।