ରେଭେନ୍ସା କଲେଜର ହଷ୍ଟେଲ ଛାତରୁ ପଡି ଛାତ୍ରଙ୍କ ମୃତ୍ୟୁ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ରେଭେନ୍ସା ବିଶ୍ୱବିଦ୍ୟାଳୟର ହଷ୍ଟେଲରେ ଅଘଟଣ । ହଷ୍ଟେଲ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି ।
ସୂଚନା ଅନୁଯାୟୀ, ରେଭେନ୍ସା ବିଶ୍ୱବିଦ୍ୟାଳୟର ନିଉ ହଷ୍ଟେଲ ଛାତରୁ ଖସିପଡ଼ି ଜଣେ ଛାତ୍ରଙ୍କର ମୃତ୍ୟୁ ଘଟିଛି । କୁଶଧର ବାଗ୍ ନାମକ ଏହି ଛାତ୍ରଙ୍କ ଘର ବଲାଙ୍ଗିରରେ ବୋଲି ଜଣାପଡ଼ିଛି । କୁଶଧର ରାଜନୀତି ବିଜ୍ଞାନର ପିଏଚ୍ଡି କରୁଥିଲେ । ତେବେ ସେ କିପରି ଭାବରେ ଛାତରୁ ଖସିପଡିଲେ ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ଏହାର ତଦନ୍ତ ଚଳାଇଛି ।