ବାଘ ଚେହେରା ଯୁକ୍ତ ବିମାନରେ ଭାରତକୁ ଆସିବ ୮ଟି ଚିତା ବାଘ

0

ମଧ୍ୟପ୍ରଦେଶରେ ଥିବା କୁନୋ ଜାତୀୟ ଉଦ୍ୟାନକୁ ଆସିବେ ଏହି ୮ଟି ଚିତା। ତେବେ ଏହି ଚିତାବାଘ ମାନେ ବିମାନରେ ଆସିବାର ବ୍ୟବସ୍ଥା କରାଯାଇଛି। B747 ଜମ୍ବୋ ଜେଟ୍‌ ନାମକ ବିମାନ ଏହି ୮ଟି ଚିତା ବାଘକୁ ଆଣିବାକୁ ନାମିବ୍ୟାରେ ପହଞ୍ଚିଛି। ଏହି ବିମାନକୁ ବିଶେଷ ଭାବରେ ବାଘ ମୁହଁ ଭଳି ଚିତ୍ରିତ କରାଯାଇଛି।

ସୂଚନାଥାଉକି, ଏହି ବାଘଗୁଡ଼ିକୁ ନାମିବ୍ୟାରୁ ଆଣିବା ପାଇଁ ସମସ୍ତ ବ୍ୟବସ୍ଥା ସରିଛି। ବିମାନଟି ନାମିବ୍ୟାର ରାଜଧାନୀ ଓ୍ବିଣ୍ଡହୋକରେ ପହଞ୍ଚିସାରିଛି। ତେବେ ଭାରତରେ ଥିବା ଓ୍ବିଣ୍ଡହୋକର ଉଚ୍ଚଆୟୋାଗ ଏନେଇ ଟ୍ବିଟ କରି କହିଛନ୍ତି ଯେ, ବାଘଭୂମୀରୁ ସାହାସୀ ଚିତାଙ୍କୁ ଆଣିବା ପାଇଁ ଏକ ସ୍ବତନ୍ତ୍ର ପକ୍ଷୀ ସେଠାରେ ଓହ୍ଲାଇ ସାରିଛି।”

ନାମିବ୍ୟାରୁ ଭାରତକୁ ଆସିବାକୁ ଥିବା ୮ଟି ଚିତାଙ୍କ ମଧ୍ୟରୁ ୫ଟି ମାଇ ଚିତା ଥିବା ବେଳେ ୩ଟି ଅଣ୍ଡିରା ଚିତାବାଘ ରହିଛନ୍ତି। ଆନ୍ତଃମହାଦ୍ବୀପ ସ୍ଥାନାନ୍ତରଣ ପରିକଳ୍ପନା ମାଧ୍ୟମରେ ଏହି ବାଘ ଗୁଡ଼ିକୁ ୧୭ ସେପ୍ଟେମ୍ବରରେ ନାମିବ୍ୟାର ଓ୍ବିଣ୍ଡହୋକରୁ ଏକ ସ୍ବତନ୍ତ୍ର କାର୍ଗୋ ବିମାନରେ ରାଜସ୍ଥାନର ଜୟପୁରକୁ ଅଣାଯିବ। ପରେ ସେମାନଙ୍କୁ ଜୟପୁରରୁ ଏକ ଚାର୍ଟାର୍ଡ ​​ହେଲିକପ୍ଟର ଯୋଗେ ମଧ୍ୟପ୍ରଦେଶର କୁନୋ ଜାତୀୟ ଉଦ୍ୟାନକୁ ନିଆଯିବ।

Leave a comment