ଛାରପୋକ ଦ୍ୱାରା ବ୍ୟାପୁଛି କରୋନାଠାରୁ ଅଧିକ ମାରାତ୍ମକ ମହାମାରୀ, ନଷ୍ଟ କରୁଛି ଅନେକ ଅଙ୍ଗ

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କରୋନା ମହାମାରୀ ସମଗ୍ର ବିଶ୍ୱରେ ନିଜ ତାଣ୍ଡବ ଲୀଳା ଜାରି ରଖିଥିବା ବେଳେ ଆଉ ଏକ ମହାମାରୀ ହେଲଥ୍ ଏକ୍ସପର୍ଟଙ୍କ ମୁଣ୍ଡବିନ୍ଧାର କାରଣ ହେବାରେ ଲାଗିଛି ।

ଭ୍ୟାକସିନ୍ ଓ ବୁଷ୍ଟର ଡୋଜ୍ ନେବାପରେ ମଧ୍ୟ କରୋନା ସମ୍ପୂର୍ଣ୍ଣ ବିଲୋପ ହୋଇନାହିଁ। ଆସନ୍ତା ଜୁନରୁ କରୋନାର ଚତୁର୍ଥ ଲହରୀ ଆସିବାର ସଙ୍କେତ ମିଳୁଛି। ଯେଉଁଠି କରୋନାର ପ୍ରକୋପ କମ୍ ହୋଇନି, ସେଠାରେ ଆଉ ଏକ ମହାମାରୀ ବ୍ୟାପିବାର ଚର୍ଚ୍ଚା ହେଉଛି।

ଆମେରିକାର ଟିକ୍ସ ଅର୍ଥାତ ଛାରପୋକରୁ ଏଭଳି ମହାମାରୀ ବ୍ୟାପିବାର ସଙ୍କେତ ମିଳିଛି। ଏହି ଭାଇରସ୍‌ରେ ପୀଡିତ ହେଲେ ମଣିଷର ଶରୀରର ବହୁ ଅଙ୍ଗ ନଷ୍ଟ ହୋଇଯାଇଥାଏ। ଆମେରିକାର ଜର୍ଜିଆରେ ସାମନାକୁ ଆସିଥିବା ଏଭଳି ବିପଦଜନକ ଭାଇରସ୍ ମଣିଷ ଭିତରେ ଛାରପୋକରୁ ବ୍ୟାପିଛି। ହେଲଥ୍ ଏକ୍ସପର୍ଟଙ୍କ କହିବା ଅନୁସାରେ, ଏହି ଭାଇରସ୍‌ର ନାଁ ରହିଛି ‘ହାର୍ଟଲାଣ୍ଡ’ (HRTV) ଓ ଛାରପୋକରୁ ପ୍ରଥମେ ଏହି ଭାଇରସ୍ କେବଳ ଧଳା ଲାଞ୍ଚ ଥିବା ହରିଣ ଭିତରେ ଦେଖିବାକୁ ମିଳୁଥିଲା। ଏହି ଭାଇରସ୍‌ର ପ୍ରଥମ ମାମଲା ମିସୌରିରେ ୨୦୦୯ ରେ ସାମନାକୁ ଆସିଥିଲା। ଏହାପରେ ୨୦୧୩ ରେ ଜଣାପଡିଥିଲା ଯେ, ଭାଇରସ୍‌ ମଣିଷଙ୍କ ଭିତରେ ବ୍ୟାପୀପାରେ। ଏବେ ଯେଉଁ ସୂଚନା ସାମନାକୁ ଆସିଛି, ତାହା ଖୁବ୍ ଭୟଙ୍କର ରହିଛି। ପ୍ରତି ୨୦୦୦ ଛାରପୋକ ଭିତରୁ କୌଣସି ଗୋଟିଏରୁ ଏହି ଭାଇରସ୍ ବ୍ୟାପିଥାଏ।

ହାର୍ଟଲାଣ୍ଡ ଭାଇରସ୍‌ର ଲକ୍ଷଣ ବିଷୟରେ ମଧ୍ୟ ବିଶେଷଜ୍ଞମାନେ କହିଛନ୍ତି। ଏଥିରେ ପ୍ରଭାବିତ ହେଲେ ଜ୍ବର, ମୁଣ୍ଡବିନ୍ଧା, ଆଣ୍ଠୁ-ଗଣ୍ଠିରେ ଦରଜ, ଭୋକ ନଲାଗିବା ଭଳି ସମସ୍ୟା ରହିଥାଏ। ସବୁଠାରୁ ଭୟଙ୍କର କଥା ହେଉଛି ଯେ, ଏଥିରେ ପୀଡିତ ହେବାପରେ ମଣିଷର ଶରୀରର ଅନେକ ଅଙ୍ଗକୁ ବ୍ୟାପିଯାଏ। ଏପର୍ଯ୍ୟନ୍ତ ଏହି ଭାଇରସ୍‌ରୁ ଭଲ ହେବାକୁ ନା କୌଣସି ଔଷଧ ତିଆରି ହୋଇଛି ନା ଇଞ୍ଜେକସନ୍ ଅଛି। ଏଭଳି ସ୍ଥିତିରେ ଲୋକଙ୍କ ମନରୁ ଏଭଳି ଭାଇରସ୍‌ର ଭୟ ଦେଖିବାକୁ ମିଳିଛି।

Leave a comment