ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା
ଚିଲିକା ମଝିରେ ଫସିଲା ଯାତ୍ରୀବାହି ଡଙ୍ଗା । ଡଙ୍ଗାର ମେସିନରେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ମଝି ଚିଲିକାରେ ଫସିରହିଛି ଯାତ୍ରୀବାହି ଡଙ୍ଗା । ଏହି ଡଙ୍ଗାରେ ୩୦ରୁ ଅଧିକ ଯାତ୍ରୀ ଥିବା ବେଳେ ୮ରୁ ଅଧିକ ବାଇକ ରହିଛି । ସକାଳ ୯:୪୦ ରେ ଜହ୍ନିକୁଦା ଘାଟ ନିକଟରୁ ସାତପଡ଼ା ଅଭିମୁଖେ ଚିଲିକାରେ ଯାତ୍ରା ଆରମ୍ଭ କରିଥିଲା ଏହି ଡଙ୍ଗା ।
ତେବେ କିଛି ବାଟ ଯିବା ପରେ ଡଙ୍ଗାର ମେସିନ ଖରାପ ହୋଇଯାଇଥିବା ଯୋଗୁଁ ଏହା ମଝି ଚିଲିକାରେ ଅଟକି ରହିଛି । ଉଦ୍ଧାର କରିବା ପାଇଁ ସ୍ଥାନୀୟ ସ୍ଥାନୀୟ ମତ୍ସ୍ୟଜୀବୀ ମାନଙ୍କ ଉଦ୍ୟମ ଜାରି ରହିଛି ।