ଏହିଦିନ ପରେ ଘୋଷଣା ହେବ ଲୋକସଭା ନିର୍ବାଚନ ତାରିଖ

0

ଭାରତର ନିର୍ବାଚନ କମିଶନ ଆସନ୍ତା ମାର୍ଚ୍ଚ ୧୩ ତାରିଖ ପରେ ଯେକୌଣସି ଦିନ ଲୋକସଭା ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି । ନିର୍ବାଚନ କମିଶନଙ୍କ ନିକଟତମ ସୂତ୍ରରୁ ଆଜି ଏହା ଜଣାପଡ଼ିଛି । ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ଭାରତୀୟ ନିର୍ବାଚନ ଆୟୋଗ (ଇସିଆଇ) ବିଭିନ୍ନ ରାଜ୍ୟ ଗସ୍ତ କରିବା ପୂର୍ବକ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି।

ଇସିଆଇ ପ୍ରତି ରାଜ୍ୟର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ସହିତ ବୈଠକ କରି ଇଭିଏମ୍, ସୁରକ୍ଷା କର୍ମୀ, ନିର୍ବାଚନ ପରିଚାଳନା ପାଇଁ କର୍ମଚାରୀ ଓ ଅନ୍ୟାନ୍ୟ ଆବଶ୍ୟତକାର ଆକଳନ କରୁଛନ୍ତି।ଆସନ୍ତା ସପ୍ତାହରେ ନିର୍ବାଚନ କମିଶନଙ୍କ ଟିମ୍‌ ପଶ୍ଚିମବଙ୍ଗ, ବିହାର, ତାମିଲନାଡୁ, ଉତ୍ତରପ୍ରଦେଶ ଓ ଅନ୍ୟ କେତେକ ରାଜ୍ୟ ଗସ୍ତରେ ଯିବେ ।

ମାର୍ଚ୍ଚ ୧୩ରେ ଜମ୍ମୁ-କାଶ୍ମୀର ଗସ୍ତ କରିବେ ।ଲୋକସଭା ନିର୍ବାଚନ ସହ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ ଓ ସିକ୍କିମ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ଏଥିସହ ଜମ୍ମୁ-କାଶ୍ମୀର ବିଧାନସଭା ନିର୍ବାଚନ କରାଇବାକୁ ମଧ୍ୟ କମିଶନ ଲକ୍ଷ୍ୟ ରଖିଛନ୍ତି । ଚଳିତବର୍ଷ ଲୋକସଭା ନିର୍ବାଚନରେ ଦେଶର ପ୍ରାୟ ୯୭ କୋଟି ଭୋଟର ମତଦାନ କରିବେ । ୨୦୧୯ ତୁଳନାରେ ଚଳିତଥର ପଞ୍ଜିକୃତ ଭୋଟରଙ୍କ ସଂଖ୍ୟା ୬ ପ୍ରତିଶତ ବଢ଼ିଛି ।

Leave a comment