ତପ୍ତପାଣି ଘାଟିରେ ଓଲଟିଲା ପିକ୍‌ନିକ ବସ୍‌, ୩୫ରୁ ଅଧିକ ଯାତ୍ରୀ ଆହତ

0

ନୂଆବର୍ଷ ପାଇଁ ପିକ୍‌ନିକ କରିବା ପାଇଁ ଯାଇଥିଲେ। ପିକ୍‌ନିକ ସାରି ଘରକୁ ଫେରୁଥିବା ବେଳେ ତପ୍ତପାଣି ଘାଟିରେ ବସ୍‌ ଓଲଟି ପଡ଼ିଥିଲା। ୩୫ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତଙ୍କ ଭିତରେ ବହୁ ମହିଳା ଓ ଛୋଟ ଛୁଆ ରହିଛନ୍ତି। ଏବେ ଆହୁରି ଅନେକ ଯାତ୍ରୀ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି। ଆଜି ଅପରାହ୍ନରେ ଏପରି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ତପ୍ତପାଣି ଘାଟିରେ ଘଟିଛି।

ଯାଜପୁର ଜିଲ୍ଲା ଦଶମନ୍ତପୁର ଅଞ୍ଚଳର ୬୦ରୁ ଅଧିକ ପର୍ଯ୍ୟଟକ ପିକ୍‌ନିକ୍‌ କରିବା ପାଇଁ ଏକ ବସ୍‌ରେ ଜିରାଙ୍ଗ ଯାଇଥିଲେ। ସେଠାରେ ପିକ୍‌ନିକ୍‌ ସାରି ସେମାନେ ଖସଡ଼ା ଜଳ ପ୍ରପାତ ବୁଲିବା ପାଇଁ ଯାଇଥିଲେ। ତା’ପରେ ସେମାନେ ଘରକୁ ଫେରୁଥିଲେ। ହେଲେ ତପ୍ତପାଣି ଘାଟିରେ ବସ୍‌ଟି ଦୁର୍ଘଟଣାରେ ସମ୍ମୁଖୀନ ହୋଇଥିଲା। ବ୍ରେକ୍‌ ଫେଲ୍‌ ହେବାରୁ ବସ୍‌ଟି ଘାଟିର ବାମ ପାର୍ଶ୍ୱକୁ ଓଲଟି ପଡ଼ିଥିଲା। ସ୍ଥାନୀୟ ଲୋକ ଓ ସାନଖେମୁଣ୍ଡି ଅଗ୍ନିଶମ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି। ବର୍ତ୍ତମାନ ସୁଦ୍ଧା ୩୫ ଜଣଙ୍କୁ ଉଦ୍ଧାର କରାଯାଇ ସ୍ଥାନୀୟ ମେଡ଼ିକାଲ୍‌ରେ ଭର୍ତ୍ତି କରାଯାଇଛି। ଆହୁରି ଅନେକ ବସ୍‌ ଭିତରେ ଫସି ରହିଥିବା ଅନୁମାନ କରାଯାଉଛି।

Leave a comment