କଂଗ୍ରେସର ପ୍ରତିଶ୍ରୁତିକୁ ଜେଟଲୀଙ୍କ କଟାକ୍ଷ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): କଂଗ୍ରେସ କ୍ଷମତାକୁ ଫେରିଲେ ଦେଶର ଅତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ । ଏ ନେଇ କଂଗ୍ରେସ ଘୋଷଣା କରିଥିବା ବେଳେ କଂଗ୍ରେସର ଏହି ପ୍ରତିଶ୍ରୁତିକୁ କଟାକ୍ଷ କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ଏକ ଖବରଦାତା ସମ୍ମିଳନୀରେ ଜେଟଲୀ କହିଛନ୍ତି, ଦେଶର ୨୦% ଗରିବ ପରିବାର ଏବେ କେନ୍ଦ୍ର ସରକାରଙ୍କ ବିଭିନ୍ନ ଯୋଜନାରୁ ବାର୍ଷିକ ୧.୦୬ ଲକ୍ଷ କୋଟି ଟଙ୍କା ପାଉଛନ୍ତି । ତେଣୁ କଂଗ୍ରେସ ଘୋଷଣା କରିଥିବା ବାର୍ଷିକ ୭୨ ହଜାର ଟଙ୍କାଠାରୁ ୧.୫ ଗୁଣ ଅଧିକ ଟଙ୍କା ଲୋକେ ଏବେ ପାଉଛନ୍ତି । ଦୀର୍ଘ ବର୍ଷ ଧରି କଂଗ୍ରେସ ଶାସନ ଦାୟିତ୍ୱରେ ଥିବା ବେଳେ କିଭଳି ଦେଶରୁ ଗରିବୀ ଦୂରୀକରଣ କରି ଆସୁଛି ସେକଥା ସମସ୍ତେ ଜାଣନ୍ତି । ନିର୍ବାଚନ ଯୋଗୁଁ କଂଗ୍ରେସ କେବଳ ମିଥ୍ୟା ପ୍ରତିଶ୍ରୁତି ଦେଉଛି ବୋଲି ଜେଟଲୀ କହିଛନ୍ତି।
ସୂଚନାଯୋଗ୍ୟ, କଂଗ୍ରେସ କ୍ଷମତାକୁ ଫେରିଲେ ସରକାର ଦେଶର ପ୍ରତି ଗରିବ ପରିବାରକୁ ବର୍ଷକୁ ୭୨ ହଜାର ଟଙ୍କାର ଆର୍ଥିକ ସହାୟତା କରିବେ ବୋଲି ରାହୁଲ ଗାନ୍ଧି କହିଥିଲେ ।