ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲ ଶେଷ: ୩୫ ବିଧାନସଭା ପାଇଁ ୩୦୫, ୫ ଲୋକସଭା ପାଇଁ ୪୫ ପ୍ରାର୍ଥୀ

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ରାଜ୍ୟରେ ମୋଟ ୪ଟି ପର୍ଯ୍ୟାୟରେ ନିର୍ବାଚନ ହେବ ବୋଲି ସ୍ଥିର ହୋଇଛି । ଏଥିଲାଗି ସବୁଦଳ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଥିବା ବେଳେ ଇତିମଧ୍ୟରେ ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କ ଦାଖଲ ଶେଷ ହୋଇଛି । ଆଜି ଥିଲା ଦ୍ୱିତୀୟ ପର୍ଯ୍ୟାୟ ନାମାଙ୍କନ ଦାଖଲର ଶେଷ ତାରିଖ । ଶେଷ ଦିନରେ ବିଧାୟକସଭା ପଇଁ ୨୦୫ ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଲୋକ ସଭା ପାଇଁ ୨୪ ଜଣ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି । ମୋଟ ୩୫ ଟି ବିଧାନସଭା ଆସନ ପାଇଁ ୩୦୨ ଓ ୫ ଲୋକସଭା ପାଇ ୪୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।
ପ୍ରଥମ ପର୍ଯ୍ୟାୟ ନାମଙ୍କନ ଦାଖଲ ପ୍ରକ୍ରିୟା ଗତ କାଲି ଶେଷ ହୋଇଥିବା ବେଳେ ପ୍ରାର୍ଥୀପତ୍ର ଯାଞ୍ଚ ପରେ ବିଧାନସଭା ପାଇଁ ୨୦୩ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି । ସେହିଭଳି ଲୋକସଭା ପାଇଁ ୨୮ ଜଣଙ୍କ ପ୍ରାର୍ଥୀପତ୍ର କାଏମ ରହିଛି।