ଝାରସୁଗୁଡ଼ା-ସମ୍ବଲପୁର ମେମୁ ଟ୍ରେନ ଲାଇନଚ୍ୟୁତ

0

ମେମୁ ଟ୍ରେନ୍ ଲାଇନଚ୍ୟୁତ । ଝାରସୁଗୁଡ଼ାରୁ ସମ୍ବଲପୁର ଆସୁଥିବା ବେଳେ ମେମୁ ଟ୍ରେନ ଲାଇନଚ୍ୟୁତ ହୋଇଛି । ଟ୍ରେନ୍‌?ଟି ସରଲା ନିକଟରେ ଲାଇନଚ୍ୟୁତ ହୋଇଥିବା ଜଣାପଡ଼ିଛି । ଗାଈକୁ ଧକ୍କା ଦେଇ ଲାଇନଚ୍ୟୁତ ହୋଇଥିବା ଅନୁମାନ କରାଯାଉଛି । ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହୋଇଛି । ନିର୍ଦ୍ଧାରିତ ସମୟରେ ଝାରସୁଗୁଡ଼ାରୁ ଛାଡ଼ିଲା ମେମୁ ପାସେଞ୍ଜର ଟ୍ରେନ୍ ।

ଟ୍ରେନ୍‌ରେ ଭିଡ଼ ଥିଲା । ସରଲା ନିକଟରେ ଗୋଟିଏ ଗାଈ ପଲ ଟ୍ରାକ୍ ଅତିକ୍ରମ କରୁଥିଲା । ସେହି ସମୟରେ ମେମୋ ଟ୍ରେନ୍‌ଟି ଗାଈ ପଲକୁ ଧକ୍କା ଦେଇଥିଲା । ଯାହାଫଳରେ ଗୋଟିଏ ବଗିଲାଇନଚ୍ୟୁତ ହୋଇଛି । ମାତ୍ର କ୍ଷୟକ୍ଷତି ନେଇ କୌଣସି ସୂଚନା ମିଳିଛି । ବର୍ତ୍ତମାନ ସେହି ଟ୍ରାକ୍‌ରେ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି ।

Leave a comment