୫ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କଲା ବିଜେଡି

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ନିକଟରେ ଦଳ ଛାଡିଥିବା ୫ଜଣ ବିଧାୟକଙ୍କ ସଭ୍ୟ ପଦ ରଦ୍ଦ କରିଛି ବିଜେଡି । ବିଧାୟକମାନେ ବିଜେଡି ଛାଡି ଅନ୍ୟ ଦଳରେ ଯୋଗ ଦେଇଥିବା ବେଳେ ସେମାନଙ୍କ ସଭ୍ୟ ପଦ ରଦ୍ଦ କରିବା ପାଇଁ ବିଜେଡି ଦଳ ମୁଖ୍ୟ ସଚେତକ ଅମର ପ୍ରସାଦ ଶତପଥୀ ବାଚସ୍ପତି ପ୍ରଦୀପ ଅମାତଙ୍କ ପାଖରେ ପିଟିସନ ଦାୟର କରିଥିଲେ । ଆଜି ସେମାନଙ୍କ ଦଳର ପ୍ରାଥମିକ ସଦସ୍ୟ ପଦ ରଦ୍ଦ କରାଯାଇଛି । ସେମାନେ ହେଲେ ଆସିକା ବିଧାୟକ ଦେବରାଜ ମହାନ୍ତି, ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ, ଦଶପଲ୍ଲା ବିଧାୟକ ପୂର୍ଣ୍ଣଚନ୍ଦ୍ର ନାୟକ, ମୋହନା ବିଧାୟିକା ବାସନ୍ତୀ ମଲ୍ଲିକ ଓ ଗୁଣୁପୁର ବିଧାୟକ ତ୍ରିନାଥ ଗମାଙ୍ଗୋ ।
ଏ ସମ୍ପର୍କରେ ଅମର କହିଛନ୍ତି, ସମ୍ବିଧାନ ଧାରା ୧୯୧ ଓ ଉପଧାରା ୨ ଓ ଅଯୋଗ୍ୟ ଘୋଷଣା ନିୟମ ୧୮୭ ଅନୁସାରେ ବିଜେଡିର ପିଟିସନ ଉପରେ ତର୍ଜମା କରି ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ।