ପବିତ୍ର ଦୁର୍ଗାପୂଜାରେ ଅବସରରେ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

0

ଧରାପୃଷ୍ଠକୁ ଅବତରଣ କରିଛନ୍ତି ଦୁର୍ଗତିନାଶିନୀ ମା’ ଦୁର୍ଗା। ଦୁର୍ଗାପୂଜାକୁ ନେଇ ଚଳଚଞ୍ଚଳ ହୋଇଉଠିଛି ଗାଁଠୁ ସହର। ସବୁଆଡେ ଦୁର୍ଗତିନାଶିନୀ ଦୁର୍ଗାଙ୍କ ଆବାହନ କରାଯାଉଛି । ଆଧ୍ୟାତ୍ମିକ ପରିବେଶ ଶ୍ରଦ୍ଧାଳୁଙ୍କୁ ବିଭୋର କରୁଛି ।

ତେବେ ପବିତ୍ର ଦୁର୍ଗାପୂଜାରେ ସମସ୍ତଙ୍କୁ ଶାରଦୀୟ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମା’ଙ୍କ ଆଗମନ ପ୍ରତିଟି ପରିବାରରେ ସୁଖ, ଶାନ୍ତି ଓ ସମୃଦ୍ଧି ଭରିଦେଉ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Leave a comment