ବାର ଓ ପବ ଉଡାଉଥିଲେ ଲୁଟ ଟଙ୍କା, ଦେଖନ୍ତୁ ଭିଡ଼ିଓ

0

ପ୍ରେମିକ ପାଇଁ ପ୍ରେମିକା କରୁଥିଲା ଲୁଟ, ବାର ଓ ପଵ ରେ ଉଡାଉଥିଲେ ଲୁଟ ଟଙ୍କା, ପ୍ରେମିକ ସହ କରୁଥିଲେ ମଉଜ ମଜଲିସ

ସବୁ ପ୍ଲାନ ଭଣ୍ଡୁରୁ କଲା ପୋଲିସ, ଏବେ ପ୍ରେମିକା ଙ୍କ ଠିକଣା ଝାରପଡା ଜେଲ

ପ୍ରେମିକ ପାଇଁ ମୁସ୍କାନ ଥିଲା ସୁନା ଅଣ୍ଡା ଦିଆ ପକ୍ଷୀ । ଲୋକଙ୍କୁ ଲୁଟି ପ୍ରେମିକକୁ ସହ କରୁଥିଲା ମଉଜ ମଜଲିସ । ବାର ଓ ପବ ରେ ଉଡ଼ାଉଥିଲା ଲୁଟଧନ । ଏ କି ପ୍ରେମ, ପ୍ରମିକ ପାଇଁ ଅପରାଧ ଓ ବଦନାମ ଦୁନିଆ କୁ ପ୍ରଵେଶ କରିଥିଲା ମୁସ୍କାନ । ଦେଖନ୍ତୁ ଏହି ଭିଡ଼ିଓ କୁ ପ୍ରେମିକ ସହ ଲୁଟ ଟଙ୍କାରେ କିପରି କରୁଥିଲେ ଅଏସ ।

ପ୍ରମିକ ସହ ମିଶି ଗଢ଼ିଥିଲେ ଏକ ଗ୍ୟାଙ୍ଗ । ଗାଙ୍ଗର ମୁଖ୍ୟ ଟାର୍ଗେଟରେ ଥିଲେ ଟ୍ରେନ ଓ ବସ୍ ଯାତ୍ରୀ । ଟ୍ରେନ ଫେରନ୍ତା ଯାତ୍ରୀ ଓ ମାଷ୍ଟରକାଣ୍ଟିନ ବସଷ୍ଟାଣ୍ତକୁ ଆସୁଥୁବା ଯାତ୍ରୀଙ୍କୁ କରୁଥିଲା ଶିକାର । ନିଜ ସୁନ୍ଦରତା ଏବଂ ଯୌବନ କୁ କରିଥିଲା ଅସ୍ତ୍ର । ଯାତ୍ରୀ ଙ୍କ ବିଶ୍ବାସ ଜିତି ଖାଦ୍ୟର ଦେଉଥିଲେ ନିଶା । ତାପରେ ନିଛାଟିଆ ସ୍ଥାନକୁ ନେଇ ଚଡି, ଗଞ୍ଜିକୁ ଛାଡ଼ି ସର୍ବସ୍ୱ ଲୁଟି ନେଉଥିଲେ ।

ଲୁଟ ପାଟ ପାଇଁ ଯୋଜନା କରୁଥିବା ବେଳେ ଏମାନଙ୍କୁ ମାଡିବସିଥିଲା ପୋଲିସ ।
ମୁସ୍କାନ ଦିନେ ଯେଉଁ ଚେହେରା କୁ ଦେଖାଇ ଯାତ୍ରୀଙ୍କୁ ମାୟାଜାଲରେ ଫାସୁ ଥିଲା ଗିରଫ ହେବାପରେ ସେହି ଚେହେରା କୁ ଲୁଚାଇବାରେ ବ୍ୟସ୍ତ । ଏହି ଗ୍ୟାଙ୍ଗର ମାଷ୍ଟରମାଇଣ୍ଡ୍ ମୁସ୍କାନ ସହ ତାର ତିନି ସହଯୋଗୀ ଏବେ ଝାରପଡା ଜେଲରେ ପୁରୁଣା ଦିନକୁ ଝୁରୁଛନ୍ତି ।

Leave a comment