ମାସକୁ ୨ଥର ପିରିୟଡ୍ସ ହେଉଛନ୍ତି କି ? ଅବହେଳା ନକରି ସଙ୍ଗେ ସଙ୍ଗେ ଡାକ୍ତରଙ୍କ ନିଅନ୍ତୁ ପରାମର୍ଶ

କେତେକ ମହିଳା ବା ଯୁବତୀଙ୍କ ଋତୁସ୍ରାବ ମାସକୁ ଦୁଇଥର ହୋଇଥାଏ । ଅନେକ ଲୋକ ଏହାକୁ ସାଧାରଣ ବୋଲି ଭାବିଥାଆନ୍ତି । କିନ୍ତୁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଏହାକୁ ସାଧାରଣ ଭାବେ ଗ୍ରହଣ କରିବା ଉଚିତ ନୁହେଁ ବୋଲି କହିଛନ୍ତି । ମାସକୁ ଦୁଇଥର ଋତୁସ୍ରାବ ଚିନ୍ତାର ବିଷୟ ହୋଇପାରେ ।
ଏହା ପଛରେ ଅନେକ କାରଣ ଥାଇପାରେ । ଯେଉଁ ମହିଳାମାନେ ବାରମ୍ବାର ଏହି ସମସ୍ୟାର ସମ୍ମୁଖୀନ ହେଉଛନ୍ତି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବା ଉଚିତ ବୋଲି କୁହାଯାଇଛି ।
ପିରିୟଡ ସାଇକଲ କ’ଣ: ଆଜି ମଧ୍ୟ ଅନେକ ଯୁବତୀ ବା ମହିଳା ପିରିୟଡ ସାଇକଲ ବିଷୟରେ ଅବଗତ ନାହାନ୍ତି । ସାଧାରଣତଃ ମହିଳାମାନଙ୍କର ଋତୁସ୍ରାବ ଅବଧି ୨୮ ଦିନ ହୋଇଥାଏ । କିନ୍ତୁ କେତେକ କ୍ଷେତ୍ରରେ ଏହା ୨୧ରୁ ୩୫ ଦିନ ପର୍ଯ୍ୟନ୍ତ ହୋଇଥାଏ । ଏହାକୁ ମଧ୍ୟ ସାଧାରଣ ଭାବେ ବିବେଚନା କରାଯାଇଥାଏ ।
ମାସକୁ ଦୁଇଥର ଋତୁସ୍ରାବ ହେବାର କାରଣ କଣ:
ହରମୋନ ଅସନ୍ତୁଳନତା: ହରମୋନାଲ ଇନବାଲାନ୍ସ ବା ହରମୋନ ଅସନ୍ତୁଳତା କାରଣରୁ ମାସକୁ ଦୁଇଥର ଋତୁସ୍ରାବ ବା ପିରିୟଡ ହେବାର ସମ୍ଭାବନା ରହିଥାଏ । ମାସିକ ଋତୁସ୍ରାବକୁ ନିୟନ୍ତ୍ରଣ କରିବାରେ ଇଷ୍ଟ୍ରୋଜେନ୍ ଏବଂ ପ୍ରୋଜେଷ୍ଟେରନ୍ ପରି ହରମୋନ୍ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ହରମୋନରେ ଅସନ୍ତୁଳନତା କାରଣରୁ ମାସକୁ ଦୁଇଥର ଋତୁସ୍ରାବ ହୋଇଥାଏ । ତେବେ ଚିନ୍ତା, ଚାପ ଏବଂ ଜୀବନଶୈଳୀରେ ପରିବର୍ତ୍ତନ ଯୋଗୁଁ ଏହି ହରମୋନରେ ଅସନ୍ତୁଳନତା ହୋଇଥାଏ ।
ଚିନ୍ତା: ଚାପ ମଧ୍ୟ ପିରିୟଡ ସାଇକଲକୁ ପ୍ରଭାବିତ କରିପାରେ । ଚାପ ଲାଗି ରହିବା ଯୋଗୁଁ ହରମୋନ୍ ଅସନ୍ତୁଳନ ହେବା ସହିତ ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ । ଯୋଗ ଏବଂ ବ୍ୟାୟାମ କରିବା ଦ୍ବାରା ଚାପକୁ କିଛି ମାତ୍ରାରେ କମ କରାଯାଇପାରେ ।
ପଲିସିଷ୍ଟିକ ଓଭାରୀ ସିଣ୍ଡ୍ରୋମ: ‘ପଲିସିଷ୍ଟିକ୍ ଓଭାରି ସିଣ୍ଡ୍ରୋମ୍’ (PCOS) । ପ୍ରସବ ସମୟରେ ଏହି ସମସ୍ୟା ଅଧିକ ଦେଖାଯାଏ ବୋଲି କୁହାଯାଇଛି । PCOS ହେଉଛି ହରମୋନାଲ ବ୍ୟାଧି । ଏଥିରେ ପୀଡିତ ହେଲେ ମହିଳାମାନେ ଡିମ୍ବାଣୁରେ ଏକାଧିକ ସିଷ୍ଟସ ହୋଇଥାଏ । ଯାହାକୁ ପିରିୟଡ ସାଇକଲକୁ ପ୍ରଭାବିତ କରିଥାଏ । ଯାହାକୁ ପିରିୟଡ ସାଇକଲକୁ ପ୍ରଭାବିତ କରିଥାଏ । ତେବେ ଏହା କେତେକ ସମସୟରେ ଗମ୍ଭୀର ମଧ୍ୟ ହୋଇଥାଏ ।
ଗର୍ଭାଶୟ ଫାଇବ୍ରଏଡ୍: ଗର୍ଭାଶୟ ଫାଇବ୍ରଏଡକୁ କ୍ୟାନ୍ସର କୁହାଯାଏ ନାହିଁ । କିନ୍ତୁ ଏହା ଗର୍ଭାଶୟକୁ ପ୍ରଭାବିତ କରିଥାଏ । ଏହା ଗର୍ଭାଶୟରେ କିମ୍ବା ଏହାର ଆଖପାଖରେ ବିକାଶ ହୋଇପାରେ । ସେମାନଙ୍କର ଆକାର ଏବଂ ଅବସ୍ଥାନ ଉପରେ ନିର୍ଭର କରି ଫାଇବ୍ରଏଡ୍ ଭାରୀ କିମ୍ବା ଅନିୟମିତ ରକ୍ତସ୍ରାବ ହୋଇପାରେ । କେତେକ କ୍ଷେତ୍ରରେ ଦୁଇଥର ଋତୁସ୍ରାବ ହୋଇଥାଏ ।
ଜନ୍ମ ନିୟନ୍ତ୍ରଣ: ଜନ୍ମ ନିୟନ୍ତ୍ରଣ ବା ଗର୍ଭନିରୋଧକ ଔଷଧ ମଧ୍ୟ ଋତୁସ୍ରାବ ବା ପିରିୟଡ ସାଇକଲ ଉପରେ ପ୍ରଭାବ ପକାଇଥାଏ । ଏହି ବଟିକା ଖାଇବା ଦ୍ବାରା ମଧ୍ୟ ହରମୋନ ଇନବାଲାନ୍ସ ହୋଇଥାଏ । ଏହି ସମୟରେ ଋତୁସ୍ରାବରେ ଅନିୟମିତତା ଦେଖାଯାଇଥାଏ । ଏଭଳି ପରିସ୍ଥିତିରେ ଡାକ୍ତରଙ୍କ ପରାମର୍ଶ ନେବା ଆବଶ୍ୟକ ବୋଲି କୁହାଯାଇଛି ।
ପେରିମେନୋପୋଜ: ପେରିମେନୋପୋଜ୍ ହେଉଛି ଏକ ସଂକ୍ରମଣକାଳୀନ ପର୍ଯ୍ୟାୟ ଯାହା ମେନୋପୋଜ ପର୍ଯ୍ୟନ୍ତ ହୋଇଥାଏ । ୪୦ ବର୍ଷରୁ ଅଧିକ ମହିଳାମାନେ ଏହି ସମସ୍ୟାର ସମ୍ମୁଖୀନ ହୋଇଥାଆନ୍ତି । ଏହି ସମୟ ମଧ୍ୟରେ ହରମୋନରେ ବୃଦ୍ଧି କିମ୍ବା କମ ହୋଇଥାଏ । ଫଳରେ ଗୋଟିଏ ମାସରେ ଦୁଇଥର ଋତୁସ୍ରାବ ହୋଇଥାଏ।
ଥାଇରଏଡ: ହାଇପରଥାଇରଏଡିଜିମ୍ କିମ୍ବା ହାଇପୋଥାଇରଏଡିଜିମ୍ ଋତୁସ୍ରାବକୁ ପ୍ରଭାବିତ କରିଥାଏ । ଏହି ଅବସ୍ଥା ଥାଇରଏଡ୍ ଗ୍ରନ୍ଥିର ହରମୋନ୍ କ୍ଷରଣକୁ ପ୍ରଭାବିତ କରିଥାଏ । ତେଣୁ ଥାଇରଏଡକୁ ନିୟନ୍ତ୍ରଣ କରିବା ଜରୁରୀ ବୋଲି କୁହାଯାଇଛି ।