ପୁଣି କମିଲା ଉଜ୍ୱଳା ଗ୍ୟାସ୍ ସିଲିଣ୍ତର ଦର
ପୁଣି କମିଲା ଉଜ୍ୱଳା ଗ୍ୟାସ୍ ସିଲିଣ୍ତର ଦର । ଉଜ୍ୱଳା ହିତାଧିକାରୀଙ୍କ ପାଇଁ ସବସିଡି ବୃଦ୍ଧି କଲେ କେନ୍ଦ୍ର ସରକରା । ସିଲିଣ୍ତର ପିଛା ଆଉ ୧୦୦ ଟଙ୍କା ସବସିଡି ବୃଦ୍ଧି ହୋଇଛି । ପ୍ରତି ସିଲିଣ୍ତରରେ ସବସିଡି ୨୦୦ ରୁ ୩୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ବର୍ତ୍ତମାନ ଉଜ୍ୱଳା ହିତାଧିକାରୀଙ୍କୁ ସିଲିଣ୍ତର ପିଛା ୩ ଶହ ଟଙ୍କା ସବସିଡି ମିଳିବ ଏନେଇ ଆଜି କେନ୍ଦ୍ର କ୍ୟାବିନେଟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି ।
ଏଲପିଜି ଗ୍ୟାସ୍ ସିଲିଣ୍ତର ମୂଲ୍ୟ କମିବା ପରେ, ପ୍ରଧାନମନ୍ତ୍ରୀ ଉଜ୍ୱଳା ଯୋଜନା ହିତାଧିକାରୀମାନେ ଏବେ ମାତ୍ର ୬୦୦ ଟଙ୍କାରେ ଗ୍ୟାସ୍ ପାଇପାରିବେ । ୯୦୦ ଟଙ୍କା ଗ୍ୟାସ୍ ଦରରେ ଉଜ୍ୱାଳା ହିତାଧିକାରୀମାନେ ଏବେ ୩୦୦ ଟଙ୍କା ସବସିଡି ପାଇବେ । ଏହା ପୂର୍ବରୁ ୨୦୦ ଟଙ୍କା ସବସିଡି ବଢାଯାଇଥିଲା ।
ସୂଚନାଥାଉ ଯେ, ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ କ୍ୟାବିନେଟ୍ ବେଠକ ଅନୁଷ୍ଟିତ ହୋଇଥିଲା । ଯେଉଁଥିରେ ଉଜ୍ୱଳା ଯୋଜନା ହିତାଧିକାରୀମାନଙ୍କୁ ନେଇ ଏହି ନିଷ୍ପତ୍ତି ନିଆଯାଇଛି । ବୈଠକ ପରେ କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁର ଏନେଇ ସୂଚନା ଦେଇଛନ୍ତି ।