ରାଜ୍ୟରେ ନାହିଁ ବନ୍ୟା ସ୍ଥିତି
ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ଆଗାମୀ ଚାରି ପାଞ୍ଚ ଦିନ ଯାଏ ବର୍ଷା ବି ହେବାର ନାହିଁ । ଉପରମୁଣ୍ଡ ଛତିଶଗଡରେ ବର୍ଷା ନାହିଁ। କେବଳ ସୁନ୍ଦରଗଡ଼ ଓ ଝାରସୁଗୁଡାରେ ଭେଡେନ ଓ ଇବ ଅବବାହିକାରେ ବର୍ଷା ହୋଇଛି । ତେଣୁ ଗେଟ୍ ଖୋଲିଛି ।
ହୀରାକୁଦ ଜଳଭଣ୍ଡାର ଜଳସ୍ତର ବଢିଛି। ହୀରାକୁଦର ୬ଟି ଗେଟ ଖୋଲା ଅଛି। ସ୍ଥିତି ଦେଖି ଆଉ ଗେଟ ଖୋଲିବା ନେଇ ଚିନ୍ତା କରାଯିବ। ହେଲେ ଆଉ ଗେଟ ଖୋଲିବନି। ହୀରାକୁଦ ପୁରା ସୁରକ୍ଷିତ ଅଛି । ହୀରାକୁଦ ଜଳଭଣ୍ଡାରରେ ୬୨୯.୪ ଫୁଟ ପାଣି ଅଛି ବୋଲି କହିଛନ୍ତି ଜଳସଂପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଭକ୍ତରଞ୍ଜନ ମହାନ୍ତି ।