କଳାଭୂମି ସଂଗ୍ରହାଳୟରେ ଇ-ଅଡ଼ିଓ ଗାଇଡ୍ ଟୁର୍‌ର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିିଆ, ହିନ୍ଦୀ ଓ ଇଂରାଜୀ ଭାଷାରେ ହେବ ଉପଲବ୍ଧ

0

କଳାଭୂମି ସଂଗ୍ରହାଳୟରେ ଇ-ଅଡ଼ିଓ ଗାଇଡ୍ ଟୁର୍‌ର ଶୁଭାରମ୍ଭ ହୋଇଛି । ତାହା ଓଡ଼ିିଆ, ହିନ୍ଦୀ ଓ ଇଂରାଜୀ ଭଳି ତିନୋଟି ଭାଷାରେ ଉପଲବ୍ଧ ହେଉଛି । ବୁଧବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୂଆ ୱେବସାଇଟକୁ ଉନ୍ମୋଚନ କରି କହିଛନ୍ତି ଯେ, ଅଡ଼ିଓ ଗାଇଡ୍ ଏକ ବ୍ୟକ୍ତିଗତ ସାଥୀ ଭାବରେ ଏଣିକି କାର୍ଯ୍ୟ କରିବ । ଆସୁଥିବା ଅତିଥିମାନଙ୍କୁ ଆକର୍ଷଣୀୟ କାହାଣୀ ଜରିଆରେ ପ୍ରଦର୍ଶିତ କଳାକୃତି ସମ୍ପର୍କରେ ଅନ୍ତର୍ନିହିତ ସୂଚନା ପ୍ରଦାନ କରିବ ।

ଏଥିଯୋଗୁଁ ପର୍ଯ୍ୟଟକମାନେ ରାଜ୍ୟର ସମୃଦ୍ଧ ସାଂସ୍କୃତିକ ଐତିହ୍ୟ, ପରମ୍ପରା ଓ ଆତ୍ମା ସହିତ ଯୋଡ଼ି ହୋଇଯିବେ । ନୂଆ ଜ୍ଞାନକୌଶଳରେ ତାହା ପ୍ରସ୍ତୁତ ହୋଇଛି । ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣୀୟ ୩୬୦ ଭର୍ଚୁଆଲ୍ ଟୁର, ଇ-ଟିକେଟ୍‌ିଂ ବ୍ୟବସ୍ଥା ବି କାର୍ଯ୍ୟକାରୀ ହୋଇଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ କଫିଟେବୁଲ ବୁକ୍‌କୁ ଲୋକାର୍ପିତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ମନ୍ତ୍ରୀ ରୀତା ସାହୁ, ମୁଖ୍ୟମନ୍ତ୍ରୀଙ୍କ ମୁଖ୍ୟ ପରାମର୍ଶଦାତା ଆର ବାଲକ୍ରିସନ୍‌, ମୁଖ୍ୟ ଶାସନ ସଚିବ ପି କେ ଜେନା, ଉନ୍ନୟନ କମିଶନର ଅନୁ ଗର୍ଗ, ବିଭାଗୀୟ ପ୍ରମୁଖ ଶାସନ ସଚିବ ଆରବିନ୍ଦ ପାଢ଼ୀ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।

Leave a comment