ବ୍ରହ୍ମ ମୁହୁର୍ତରେ ଉଠିବାର କ’ଣ ରହିଛି ମହତ୍ୱ, ଏହି ସମୟରେ ଉଥିବେହି ମନ୍ତ୍ର ପାଠ କଲେ ଦୂର ହୁଏ ଆପଣଙ୍କ ସବୁ ସମସ୍ୟା

ଶାସ୍ତ୍ରରେ ବ୍ରହ୍ମ ମୁହୂର୍ତ୍ତକୁ ଶୁଭ ସମୟ କୁହାଯାଇ ଥାଏ l ଏହି ବ୍ରହ୍ମ ମୁହୂର୍ତ ସମୟ ସକାଳ ୪ଟା ରୁ ୫ଟା ୩୦ ପର୍ଯ୍ୟନ୍ତ ରହିଥାଏ l ମାନ୍ୟତା ରହିଛି ଯେ ଯେଉଁ ବ୍ୟକ୍ତି ବ୍ରହ୍ମ ମୁହୂର୍ତ୍ତରୁ ଉଠିଥାଏ ତା ଉପରେ ସର୍ବଦା ମଲକ୍ଷ୍ମୀ ଙ୍କ କୃପା ରହିଥାଏ l ଏଭଳି ଲୋକ ଜୀବନ ରେ ଐଶ୍ୱର୍ଯ୍ୟ ଓ ବୈଭବ ଲାଭ କରନ୍ତି l ବ୍ରହ୍ମ ମୁହୂର୍ତ୍ତରୁ ଉଠିବାର ଅଭ୍ୟାସ ମଣିଷ କୁ ସଫଳତା ମାର୍ଗରେ ପରିଚାଳିତ କରିଥାଏ l ମାନ୍ୟତା ରହିଛି ଯେ ବ୍ରହ୍ମ ମୁହୂର୍ତ୍ତରୁ ଉଠି ୨ଟି କାର୍ଯ୍ୟ କରିବା ଦ୍ୱାରା ସର୍ବଦା ଜୀବନ ରେ ଉନ୍ନତି ହୋଇଥାଏ ଓ ଜୀବନ ସୁଖମୟ ହୋଇଥାଏ l କୁହାଯାଏ ଯେ ଯେଉଁ ବ୍ୟକ୍ତି ବିଳମ୍ବିତ ରାତିରେ ଶୋଇ ସକାଳୁ ଡେରିରେ ଉଠିଥାଏ, ତାର ଜୀବନ ରେ କଦାପି ଉନ୍ନତି ହୋଇ ନଥାଏ ଓ ଜୀବନ କଷ୍ଟ ସାଧ୍ୟ ହୋଇଥାଏ l
ପ୍ରତିଦିନ ବ୍ରହ୍ମ ମୁହୂର୍ତ୍ତରୁ ଉଠି ନିଜର ନିତ୍ୟକର୍ମ ସମ୍ପୂର୍ଣ କରି ସୁଖ ଆସନ ରେ ବସି ଯାଆନ୍ତୁ ଓ ଦୁଇ ଆକ୍ଷିକୁ ବନ୍ଦ କରିନିଅନ୍ତୁ l ଏହାପରେ ଏହି ଦିବ୍ୟ ମନ୍ତ୍ର ଜପ କରନ୍ତୁ l ” ଓଂ ବ୍ରହ୍ମ ମୁରାରୀ ପୂରାନ୍ତକାରୀ ଭାନୁ ଶଶୀ ଭୂମିସ୍ତୁଟୋଂ ବୁଢା଼ଶ୍ଚ ଗୁରୁଃଶ୍ଚ ଶୁକ୍ର, ଶନିଏ, ରାହୁ, କେତବl କୁରୁବନ୍ତୁ ସର୍ବେ ମର୍ମେ ସୁପ୍ରଭାତ ଓଂ “l
– ମାନ୍ୟତା ରହିଛି ଯେ ଏହି ମନ୍ତ୍ରକୁ ବ୍ରହ୍ମ ମୁହୂର୍ତ ରେ ଜପ କରିବା ଦ୍ୱାରା ଦେବଦେବୀ ଙ୍କ ଆଶୀର୍ବାଦ ପ୍ରାପ୍ତ ହୋଇଥାଏ l
– ଦିନଟି ଭଲରେ ଅତିବାହିତ ହୋଇଥାଏ ଓ ଯଶ ବୃଦ୍ଧି ହୁଏ l
– ନିୟମିତ ଏହି ମନ୍ତ୍ରକୁ ପାଠ କଲେ ଘରୁ ରୋଗ ବୈରାଗ ଦୂରେଇ ଯାଇଥାଏ l
– ସନ୍ତାନ ମାନଙ୍କ ଜୀବନ ରେ ସୁଖ ସମୃଦ୍ଧି ଦେଖାଦିଏ l
– ଦାମ୍ପତ୍ୟ ଜୀବନ ସୁଖମୟ ହୁଏ l
– ଜୀବନ ରେ ସୁଖସମୃଦ୍ଧି ବୃଦ୍ଧି ହୋଇଥାଏ l
ବ୍ରହ୍ମ ମୁହୂର୍ତ ରୁ ୨ ହାତକୁ ଦେଖି ଏହି ମନ୍ତ୍ର ପାଠ କରନ୍ତୁ l ” କରାଗ୍ରେ ବସତେ ଲକ୍ଷ୍ମୀ , କର ମଧ୍ୟେ ସରସ୍ବତୀ , କାରାମୁଳେ ତୁ ଗୋଵିନ୍ଦଃ ପ୍ରଭାତେ କର ଦର୍ଶନମ ” l
– ଏଭଳି ମାନ୍ୟତା ରହିଛି ଯେ ଆମ ହାତ ପାପୁଲି ରେ ଗ୍ରହ ଓ ଦେବଦେବୀ ଙ୍କ ବାସ ହୋଇଥାଏ l ତେଣୁ ହାତ ପାପୁଲି କୁ ଦେଖିବା ଦ୍ୱାରା ଦେବଦେବୀ ଙ୍କ ଦର୍ଶନ ହୋଇଥାଏ
– ମାନ୍ୟତା ଅନୁସାରେ ଏହି ମନ୍ତ୍ରକୁ ବ୍ରହ୍ମ ମୁହୁର୍ତରେ ନିଜ ଶୌଚ କାର୍ଯ୍ୟରୁ ନିବୃତ ହୋଇ ପାଠ କରିବା ଦ୍ୱାରା ଜୀବନ ରେ ଉନ୍ନତି ହୋଇଥାଏ l
– ସୁଖ ଓ ବୈଭବ ପ୍ରାପ୍ତି ହୋଇଥାଏ l
– ଘରର ବାତାବରଣ ରେ ସକାରାତ୍ମକ ସ୍ଥିତି ରହିଥାଏ l