ମଣିପୁରରେ ମହିଳାଙ୍କୁ ଦୁର୍ବ୍ୟବହାର କରିବା ଅଭିଯୋଗରେ ବିଏସ୍‌ଏଫ୍ ଯବାନ ସସ୍‌ପେଣ୍ଡ

0

ମଣିପୁରରେ ଜାରି ଜାତିଗତ ହିଂସା ମଧ୍ୟରେ ମହିଳାଙ୍କ ସହିତ ଦୁର୍ବ୍ୟବହାରର ଆଉ ଏକ ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଇମ୍ଫାଲ୍ ଏକ ଗ୍ରୋସରୀ ଷ୍ଟୋର୍‌ରେ ଜଣେ ବିଏସ୍‌ଏଫ୍ ଯବାନ ମହିଳାଙ୍କ ସହିତ ଦୁର୍ବ୍ୟବହାର କରୁଥିବା ଦେଖିବାକୁ ମିଳିଛି । ଏହି ଭିଡିଓ ଜୁଲାଇ ୨୦ ତାରିଖର ବୋଲି କୁହାଯାଉଛି । ଏନ୍‌ଡିଟିଭି ସୂଚନା ଅନୁସାରେ ଅଭିଯୁକ୍ତ ଯବାନ ଜଣକ ହେଉଛନ୍ତି ହେଡ୍ କନ୍‌ଷ୍ଟେବଳ ସତୀଶ ପ୍ରସାଦ ।

ଘଟଣା ସାମ୍ନାକୁ ଆସିବା ପରେ ବିଏସ୍‌ଏଫ୍ ଅଭିଯୁକ୍ତଙ୍କୁ ସସ୍‌ପେଣ୍ଡ କରିବା ସହିତ ତାଙ୍କ ବିରୋଧରେ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି । ଭାଇରାଲ୍ ଭିଡିଓରେ ଦେଖିବାକୁ ମିଳୁଛି ଯେ ୟୁନିଫର୍ମରେ ଥିବା ଯବାନ ଜଣେ ମହିଳାଙ୍କୁ ଜବରଦସ୍ତ ଛୁଇଁବାକୁ ଉଦ୍ୟମ କରୁଛନ୍ତି । ଯବାନଙ୍କ ନିକଟରେ ରାଇଫଲ୍ ମଧ୍ୟ ରହିଛି । ମହିଳା ଜଣକ ବାରମ୍ବାର ରୋକୁଥିଲେ ମଧ୍ୟ ସେ ଦୁର୍ବ୍ୟବହାର କରିଚାଲିଛନ୍ତି।

Leave a comment