ପ୍ରକାଶ ପାଇଲା +୨ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ

0

ଚଳିତ ବର୍ଷର + ୨ ଦ୍ବିତୀୟ ପର୍ଯ୍ୟାୟ କଟ୍‌ ଅଫ୍ ମାର୍କ ପ୍ରକାଶ ପାଇଛି । ଦ୍ବିତୀୟ ପର୍ଯ୍ୟାୟରେ ୭୦ ହଜାର ୧୦୫ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ସେଥିମଧ୍ୟରୁ କଳାରେ ୪୯ ହଜାର ୭୦ ଛାତ୍ରଛାତ୍ରୀ, ବାଣିଜ୍ୟରେ ୩୧୮ ଛାତ୍ରଛାତ୍ରୀ ଏବଂ ବିଜ୍ଞାନରେ ୧୬୯୨୭ ଛାତ୍ରଛାତ୍ରୀଙ୍କୁ ମନୋନୀତ ହୋଇଛନ୍ତି ।

ସେହିପରି ସଂସ୍କୃତରେ ୩୫୩ ଜଣ ଓ ଧନ୍ଦାମୂଳକ ଶିକ୍ଷାରେ ୫୭୩ ଜଣ ଛାତ୍ରଛାତ୍ରୀ ମନୋନୀତ ହୋଇଛନ୍ତି । ପ୍ରଥମ ପର୍ଯ୍ୟାୟ ପରେ ଖାଲି ପଡିଥିବା ସିଟ୍ ପୂରଣ ପାଇଁ ଦ୍ବିତୀୟ ମେଧା ତାଲିକା ପ୍ରକାଶ ପାଇଛି ।

ଆସନ୍ତା ୨୦ ତାରିଖରୁ ୨୨ ତାରିଖ ଯାଏଁ ଚାଲିବ ୨ୟ ପର୍ଯ୍ୟାୟ ନାମଲେଖା । ତେବେ ବଳକା ସିଟ୍ ପାଇଁ ସ୍ପଟ୍ ସିଲେକସନ୍ ହେବ । ଆସନ୍ତା ୨୭ ତାରିଖରେ ତାଲିକା ପରେ ୨୯ ତାରିଖରୁ ୩୧ ତାରିଖ ଯାଏଁ ସ୍ପଟ୍ ନାମଲେଖା ହେବ ।

ଉଲ୍ଲେଖଯୋଗ୍ୟ ଯେ, ଗତ ୬ ତାରିଖରେ ଯୁକ୍ତ ୨ ପ୍ରଥମ ପର୍ଯ୍ୟାୟ କଟ୍ ଅଫ୍ ମାର୍କ ପ୍ରକାଶ ପାଇଥିଲା । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଆଗରେ ରହିଥିଲା । ରେଭେନ୍ସାରେ ବିଜ୍ଞାନରେ କଟ୍‌ଅଫ୍‌ ମାର୍କ ୯୧.୬୭ ପ୍ରତିଶତ ଥିବା ବେଳେ କଳାରେ ୮୦ ପ୍ରତିଶତ ଏବଂ ବାଣିଜ୍ୟରେ ୭୯.୨୦ ପ୍ରତିଶତ କଟ୍‌ ଅଫ୍‌ ରହିଥିଲା ।

ରାଜ୍ୟର ୨,୧୪୮ ଯୁକ୍ତ ୨ କଲେଜର କଳା, ବିଜ୍ଞାନ, ବାଣିଜ୍ୟ, ସଂସ୍କୃତ ଓ ଧନ୍ଦାମୂଳକ ବିଭାଗରେ ୫ ଲକ୍ଷ ୨୪ ହଜାର ୮୭୮ ସିଟ୍ ରହିଛି । ନାମଲେଖା ପାଇଁ ୫ ଲକ୍ଷ ୭ ହଜାର ୪୭୬ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ । ସେମାନଙ୍କ ମଧ୍ୟରୁ ଅନ୍‌ଲାଇନ୍‌ରେ ୪ ଲକ୍ଷ ୭୨ ହଜାର ୨୭୯ ଜଣ ଆବେଦନ କରିଥିବା ବେଳେ ୪ ଲକ୍ଷ ୬୭ ହଜାର ୩୬୫ ଜଣ ଫି’ ଦାଖଲ କରିଥିଲେ ।

Leave a comment