ଜଟିଳ ମାଂସପେଶୀ ରୋଗର ଚିକିତ୍ସା ନିମିତ୍ତ ବାଲେଶ୍ୱରର ୩ ରୋଗୀଙ୍କ ପାଇଁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଜଟିଳ ମାଂସପେଶୀ ରୋଗର ଚିକିତ୍ସା ପାଇଁ ବାଲେଶ୍ୱରର ୩ ରୋଗୀଙ୍କୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ। ସେମାନେ ହେଲେ ଖନ୍ତାପଡାର କିରଣ କୁମାର ମଲ୍ଲିକ, ସୁରଜ କୁମାର ମଲ୍ଲିକ ଏବଂ ସିମୁଳିଆର ବିଦ୍ୟାଂଶୁ ଦୀକ୍ଷିତ।ଏହି ତିନି ଜଣ ଜଟିଳ ମାଂସପେଶୀ ରୋଗ (Duchenne Muscular Dystrophy) ପୀଡିତ ।
DMD ରୋଗର ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବାରୁ ସେମାନଙ୍କ ଉତ୍ତମ ଚିକିତ୍ସା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରିଲିଫ୍ ପାଣ୍ଠିରୁ ୩୦ ଲକ୍ଷ ଟଙ୍କା ମଞ୍ଜୁର କରିଛନ୍ତି । ଉପରୋକ୍ତ ତିନି ଜଣ ରୋଗୀଙ୍କୁ ପ୍ରତ୍ୟେକ ଏକକାଳୀନ ୧୦ ଲକ୍ଷ ଟଙ୍କା ଲେଖାଏଁ ସହାୟତା ମଞ୍ଜୁର କରାଯାଇଛି ।