ଅଧାରେ ଅଟକିଲା ପୁରୀ-ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌

0

ଟ୍ରେନ୍‌ ନମ୍ବର ୨୨୮୯୬ ପୁରୀ- ହାଓଡ଼ା ବନ୍ଦେ ଭାରତ ଏକ୍ସପ୍ରେସ୍‌ ଅଧାରେ ଅଟକିଛି। କାଳବୈଶାଖୀ ଯୋଗୁଁ ଦ୍ରତଗାମୀ ଟ୍ରେନ୍‌ଟି ଯାଜପୁର ଜିଲ୍ଲା ବୈତରଣୀ ରୋଡ୍‌ ନିକଟରେ ଅଟକିଛି। କାଳବୈଶାଖୀରେ ଗଛ ପଡ଼ି ଲୋକୋ ପାଇଲଟ ସାମ୍ନା ଗ୍ଲାସ୍‌ ଭାଙ୍ଗିଥିବା ସୂଚନା ମିଳିଛି। ଆଜି ଅପରାହ୍‌ଣ ୪ଟା ୩୫ରୁ ଟ୍ରେନ୍‌ଟି ଅଟକି ରହିଥିବା ଜଣାଯାଇଛି।

ରିପୋର୍ଟ ଲେଖାଯିବା ବେଳକୁ ଟ୍ରେନ୍‌ରେ ଯାତ୍ରା କରୁଥିବା ଯାତ୍ରୀମାନେ ବାହାରକୁ ଆସିଯାଇଛନ୍ତି ଏବଂ ଯାତ୍ରା ସ୍ୱାଭାବିକ ହେବା ସମୟକୁ ଅପେକ୍ଷା କରିଛନ୍ତି।

ସୂଚନାଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତ ଗୁରୁବାର ମେ’ ୧୮ ମଧ୍ୟାହ୍ନରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ବନ୍ଦେ ଭାରତ ଏକ୍ସପ୍ରେସର ଫ୍ଲାଗ୍ ଅଫ୍ କରିଥିଲେ। ଏହି ଟ୍ରେନ୍ ଗତ ୨୦ ତାରିଖ ଠାରୁ ଚାଲିବା ଦ୍ୱାରା ପୁରୀ-କୋଲକାତା ଯାତ୍ରା କେବଳ ସାଢ଼େ ୬ ଘଣ୍ଟା ହୋଇଯାଇଛି। ଉଭୟ ରାଜ୍ୟ ମଧ୍ୟରେ ସାଂସ୍କୃତିକ ସଂପର୍କ ଆହୁରି ଘନିଷ୍ଠ ହେବ ବୋଲି କୁହାଯାଉଛି। ଏହାଦ୍ୱାରା ଯାତ୍ରୀମାନଙ୍କର ସମୟ ବଞ୍ଚିବା ସହିତ ବ୍ୟବସାୟ ବଢ଼ିବ ବୋଲି ଆଶା କରାଯାଉଛି।

Leave a comment