ଆସନ୍ତା କାଲି ସକାଳେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ, ଆଜି ଇସ୍ତଫା ଦେବେ ଆଉ କିଛି

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ଆସନ୍ତା କାଲି ସକାଳ ୯:୫୦ ରେ ହେବ ମନ୍ତ୍ରୀମଣ୍ଡଳ ସମ୍ପ୍ରସାରଣ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ଲୋକସେବା ଭବନରେ ରାଜ୍ୟପାଳ ନୂତନ ମନ୍ତ୍ରୀ ମାନଙ୍କୁ ଶପଥ ପାଠ କରାଇବା କାର୍ଯ୍ୟକ୍ରମ ରହିଛି । ଘଟଣାକ୍ରମ ଅନୁଯାୟୀ ଆଜି ଆଉ କିଛି ମନ୍ତ୍ରୀ ନିଜ ପଦରୁ ଇସ୍ତଫା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯିବା ନେଇ ଚର୍ଚ୍ଚା ହେଉଛି । ଵିଶେଷ ସୂତ୍ରରୁ ମିଳିଥିବା ଖବର ଆଧାର ରେ ଆସନ୍ତା କାଲି ୫ ଜଣ ମନ୍ତ୍ରୀପଦ ଶପଥ ଗ୍ରହଣ କରିବା ଏକପ୍ରକାର ସ୍ପଷ୍ଟ ହୋଇଯାଇଛି ।

ମନ୍ତ୍ରୀ ତାଲିକାରେ ଭଞ୍ଜନଗର ରୁ ବିକ୍ରମ ଆରୁଖ ଏବଂ କବିସୂର୍ଯ୍ୟନଗର ର ଲତିକା ପ୍ରଧାନ, ଜଗତସିଂହପୁର ରୁ ପ୍ରଶାନ୍ତ ମୁଦୁଲି ଏବଂ ପଶ୍ଚିମ ଓଡ଼ିଶା ରୁ ପୂର୍ବତନ ମନ୍ତ୍ରୀ ସ୍ବର୍ଗତ ନବ ଦାସ ଙ୍କ ସୁପୁତ୍ରୀ ଦୀପାଳି ଦାସ କିମ୍ବା ସାରଦା ନାୟକ ନାଁ ସ୍ଥାନ ପାଇଛି । ଅପରପକ୍ଷରେ ମନ୍ତ୍ରୀ ଉଷା ଦେବୀ ଏବଂ ରିତା ସାହୁ ଙ୍କୁ ଇସ୍ତଫା ଦେବାକୁ କୁହାଯିବା ନେଇ ସୂଚନା ମିଳିଛି । ସେହିପରି ବିକ୍ରମ ଆରୁଖ ବାଚସ୍ପତି ପଦରୁ ଇସ୍ତଫା ଦେବା ପରେ ଏହି ପଦ ପାଇଁ ବିଜେଡିର ବରିଷ୍ଠ ନେତା ଦେବୀ ମିଶ୍ର ଏବଂ ଅମର ଶତପଥୀଙ୍କ ନାଁ ରେସ ରେ ଥିବା ନେଇ ଚର୍ଚ୍ଚା ହେଉଛି ।

ସୂଚନା ଅନୁଯାୟୀ, ଝାରସୁଗୁଡ଼ା ଉପନିର୍ବାଚନ ଭୋଟ ଗଣନା ପୂର୍ବଦିନ ଅର୍ଥାତ ୧୨ତାରିଖ ସନ୍ଧ୍ୟାରେ ହଠାତ ବାଚସ୍ପତି ବିକ୍ରମ ଆରୁଖ ବ୍ୟକ୍ତିଗତ କାରଣ ଦର୍ଶାଇ ଇସ୍ତଫା ପ୍ରଦାନ କରିବା କିଛି ଘଣ୍ଟା ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାସ ଏବଂ ଶ୍ରମ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ନିଜ ପଦରୁ ଇସ୍ତଫା ପ୍ରଦାନ କରିଥିଲେ । ଏହା ପରଠାରୁ ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣ ହେବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

Leave a comment