ଘରେ ଦେଖାଦେଉଛି କି ଅର୍ଥର ଅଭାବ; ଵାସ୍ତୁ ଅନୁସାରେ ଏଭଳି କଲେ ଦୁରେଇ ଯିବ

0

ଘରେ ବାସ୍ତୁଶାସ୍ତ୍ରର ନିୟମ ମାନିବା ବହୁତ ଜରୁରି ହୋଇଥାଏ। ଯଦି ଘରେ ବାସ୍ତୁ ଦୋଷ ଥାଏ ତାହେଲେ ପରିବାର ଲୋକଙ୍କର ସ୍ୱାସ୍ଥ୍ୟାବସ୍ଥାରେ ପ୍ରଭାବ ପଡିବା ସହ ଧନହାନୀ ମଧ୍ୟ ହେବ। ଏଥିପାଇଁ ଘରେ ବାସ୍ତୁ ଦୋଷ ଦୂର କରିବା ନିହାତି ଆବଶ୍ୟକ। ତାହେଲେ ଆସନ୍ତୁ ଜାଣିବା ଏପରି କିଛି ବାସ୍ତୁ ନିୟମ ଯାହାଫଳରେ ଆପଣଙ୍କର ରୋଜଗାର ବଢ଼ିବା ସହି ପରିବାରରେ ଧନ ଆଗମନରେ ସହାୟକ ହେବ।

ଧନକୁ ନେଇ ଘରେ କେବେ ନକରାତ୍ମକ ଚିନ୍ତା କରନ୍ତୁ ନାହିଁ। ଘରର ମୁଖ୍ୟଦ୍ୱାର ସବୁବେଳେ ସଫାସୁତୁରା ରଖନ୍ତୁ। ଏହାକୁ ସୁନ୍ଦର କରିବା ସହିତ ଯେପରି ଆଲୋକ ପ୍ରବେଶ କରିବ ସେଥିପ୍ରତି ଧ୍ୟାନ ଦିଅନ୍ତୁ। ମା ଲକ୍ଷ୍ମି ମୁଖ୍ୟଦ୍ୱାର ଦେଇ ଘରକୁ ପ୍ରବେଶ କରନ୍ତି, ସେଥିପାଇଁ ଘରର ମୁଖ୍ୟ ଦ୍ୱାର ପରିବେଶକୁ କେବେବି ଅପରିଷ୍କାର କରନ୍ତୁ ନାହିଁ।

ଏହାପରେ ଘରର ଆଗ୍ନେୟ କୋଣକୁ ମଧ୍ୟ ଧ୍ୟାନ ଦେବା ଆବଶ୍ୟକ। ଆଗ୍ନେୟ କୋଣରେ ଶୌଚାଳୟ ରହିବା ଉଚିତ ନୁହେଁ। ଆଗ୍ନେୟ କୋଣ କିମ୍ୱା ଦକ୍ଷିଣ ପୂର୍ବ ଦିଗରେ ଏପରି ହେଲେ ଘରକୁ ଧନ ଆଗମନ କମ୍‌ ହୋଇଥାଏ।

Leave a comment