ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ କମିଶନରେଟ୍ ପୋଲିସର ସ୍ୱତନ୍ତ୍ର ୱିଙ୍ଗ୍

0

ଭିଆଇପି ଓ ଭିଭିଆଇପି ସୁରକ୍ଷା ପାଇଁ ସ୍ବତନ୍ତ୍ର ସିକ୍ୟୁରୀଟି ୱିଙ୍ଗ୍ କମାଣ୍ଡ ସେଣ୍ଟର ଉଦଘାଟିତ। ଆଜି ପୋଲିସ ସେବା ଭବନରେ ସ୍ୱତନ୍ତ୍ର ସିକ୍ୟୁରିଟି ୱିଙ୍ଗ୍ କମାଣ୍ଡ ସେଣ୍ଟରର ଉଦଘାଟନ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ। ସମସ୍ତ କମିଶନରେଟ ପୋଲିସ ଅଧୀନରେ ଏଭଳି ୱିଙ୍ଗ୍ ଟି ରହିଥାଏ। କୌଣସି ଅତି ବିପର୍ଯ୍ୟୟ ପରିସ୍ଥିତିକୁ ମୁକାବିଲା ପାଇଁ ଏମରଜେନ୍ସି ରେସ୍ପୋନ୍ସ ୟୁନିଟ ରହିଛି।

ଏହି ୱିଙ୍ଗ୍ ଟି କମିଶନରେଟ ପୋଲିସ ଅଧିନରେ ରହିବ। ଯାହାର ଦାୟିତ୍ବ ଜଣେ ଏସିପି ସ୍ତରୀୟ କମାଣ୍ଡାଣ୍ଟ ଅଫିସର ବହନ କରିବେ।

ଆଗକୁ G 20 ଆୟୋଜିତ ହେବାକୁ ଯାଉଛି ।। ଯାହାର ସୁରକ୍ଷା ବ୍ୟବସ୍ଥା କୁ ମଧ୍ୟ ଏହି ୱିଙ୍ଗ୍ ନଜରରେ ରଖିବ।

ଏପ୍ରିଲ ୨୨, ୨୩ରେ ଆୟୋଜିତ ହେବାକୁ ଯାଉଛି। ଏଥିପାଇଁ ପ୍ରସ୍ତୁତି ସରିଛି। ମୁଖ୍ୟ ଶାସନ ସଚିବ ଙ୍କ ଅଧ୍ୟକ୍ଷତାରେ ବୈଠକ ସରିଛି। କିଭଳି ଆୟୋଜନ ହେବ,ସୁରକ୍ଷା ବ୍ୟବସ୍ଥା,ବିଦେଶୀ ଅତିଥି ମାନଙ୍କ ଆଗମନ ସମ୍ପର୍କିତ ତମାମ ତଥ୍ୟ ଗୋଟିଏ ଛାତ ତଳେ ହେବ।

Leave a comment