ଗିରଫ ହେବେ ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ !
ଗିରଫ ହୋଇପାରନ୍ତି ବଲିଉଡ୍ ଅଭିନେତ୍ରୀ ଅମିଷା ପଟେଲ । ତାଙ୍କ ବିରୋଧରେ ଚେକ୍ ବାଉନ୍ସ ଅଭିଯୋଗ ଆସିଛି । ଏନେଇ ରାଞ୍ଚିର ଏକ ସିଭିଲ କୋର୍ଟକ ଅମିଷା ଓ ତାଙ୍କ ବିଜନେସ୍ ପାର୍ଟନର କ୍ରୁନାଙ୍କ ବିରୋଧରେ ଚେକ୍ ବାଉନ୍ସ, ଧୋକା ଅଭିଯୋଗରେ ୱାରେଣ୍ଟ ଜାରି କରିଛନ୍ତି । ଝାଡ଼ଖଣ୍ଡର ଫିଲ୍ମ ନିର୍ଦ୍ଦେଶକ ଅଜୟ କୁମାର ସିଂହ ଅମିଷା ଓ ତାଙ୍କ ପାର୍ଟରନଙ୍କ ବିରୋଧରେ ମାମାଲ କରିଛନ୍ତି ।
କୋର୍ଟ ଏନେଇ ବାରମ୍ବାର ବାରମ୍ବାର ଅମିଷାଙ୍କୁ ସମନ କରି ପକ୍ଷ ରଖିବାକୁ କହିଥିଲେ । ହେଲେ ନା ଅଭିନେତ୍ରୀ ନା ତାଙ୍କର କୌଣସି ଓକିଲଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳି ନଥିଲା । ଏଥିରେ ସିଭିଲ କୋର୍ଟ ଅସନ୍ତୋଷ ପ୍ରକାଶ କରି ଗୁରୁବାର ଅମିଷା ଓ ତାଙ୍କ ପାର୍ଟନରଙ୍କ ବିରୋଧରେ ୱାରେଣ୍ଟ ଜାରି କରିଛନ୍ତି ।
ଏପ୍ରିଲ ୧୫ ତାରିଖରେ ମାମଲାର ପରବର୍ତ୍ତି ଶୁଣାଣି ହେବ । ସୂଚନା ଅନୁସାରେ, ରାଞ୍ଚି ଜିଲ୍ଲା ହରମୁର ଅଜୟ କୁମାର ସିଂହ ଅମିଷା ଓ ତାଙ୍କ ପାର୍ଟନରଙ୍କ ବିରୋଧରେ ଚିଟିଂ ଅଭିଯୋଗ ଲଗାଇଛନ୍ତି । ତାଙ୍କ ଅଭିଯୋଗ ଅନୁସାରେ ଅମିଷା ତାଙ୍କୁ ‘ଦେଶି ମ୍ୟାଜି’କ୍ ନାଁରେ ଏକ ଫିଲ୍ମ ଟଙ୍କା ନିବେଶ କରିବାକୁ କହିଥିଲେ । ଏହାପରେ ଅଜୟ ଫିଲ୍ମର ମୋକିଂ ଓ ପ୍ରମୋସନ ପାଇଁ ୨.୫ କୋଟି ଟଙ୍କା ଟ୍ରାନ୍ସଫର କରିଥିଲେ । ୨୦୧୩ରେ ଫିଲ୍ମର ଶୁଟିଂ ଆରମ୍ଭ ହୋଇଯାଇଥିଲା । କିନ୍ତୁ ଫିଲ୍ମ ଏପର୍ଯ୍ୟନ୍ତ ପୂରା ହୋଇପାରିଲା ନାହିଁ । ଏଥିପାଇଁ ଅଜୟ ବର୍ତ୍ତମାନ ତାଙ୍କ ପଇସା ସୁଧ ସହିତ ଫେରସ୍ତ ଚାହୁଁଛନ୍ତି । ପୂର୍ବରୁ ଅମିଷା ଅଜୟଙ୍କୁ ଅଜୟଙ୍କୁ ୨.୫ କୋଟି ଟଙ୍କା ଓ ୫୦ ଲକ୍ଷ ଟଙ୍କାରୁ ଦୁଇଟ ଚେକ୍ ଦେଇଥିଲେ । ହେଲେ ଏହା ବାଉନ୍ସ ହୋଇଯାଇଥିଲା ।