ଇଡିରେ ହଜାର ହେଲେ ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର

0

ଓଡ଼ିଶା ଫାଷ୍ଟ(ବ୍ୟୁରୋ): ସିବିଆଇ ଦ୍ୱାରା ଗିରଫ ହୋଇ ଜାମିନରେ ଥିବା ମାଇକ୍ରୋ ଫାଇନାନ୍ସର ପୂର୍ବତନ ଏମ୍‌ଡି ଦୁର୍ଗା ପ୍ରସାଦ ମିଶ୍ର ହାଜର ହେଲେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି)ରେ । ବେଆଇନ୍‌ ଅର୍ଥ କାରବାର ନେଇ ଦୁର୍ଗା ପ୍ରସାଦଙ୍କୁ ଇଡି ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।

ସୂଚନା ଅନୁଯାୟୀ, ମାଇକ୍ରୋ ଫାଇନାନ୍ସ କମ୍ପାନୀ ସାଧାରଣ ଜନତାଙ୍କୁ ପ୍ରଲୋଭିତ କରି ୫୦୦ କୋଟିରୁ ଅଧିକ ଟଙ୍କା ଠକି ନେଇଥିବା ଅଭିଯୋଗ ହେବା ପରେ ସିବିଆଇ ଏହି ମାମଲାର ତଦନ୍ତ କରି ୨୦୧୪ ଡିସେମ୍ବରରେ ସଂସ୍ଥାର ମୁଖ୍ୟ ଦୁର୍ଗା ପ୍ରସାଦ ମିଶ୍ରଙ୍କୁ ଗିରଫ କରି ଝାଡ଼ପଡ଼ା ଜେଲ୍‌କୁ ପଠାଇ ଦିଆଯାଇ ଥିଲା । ୨୦୧୭ ଜୁଲାଇ ମାସରେ ଭୁବନେଶ୍ୱର ସ୍ୱତନ୍ତ୍ର ସିବିଆଇ କୋର୍ଟ ମାମଲାର ବିଚାର କରି ଦୁର୍ଗା ପ୍ରସାଦଙ୍କୁ ୩ ବର୍ଷ ଜେଲ ଓ ଜମାକାରୀଙ୍କ କ୍ଷତି ଭରଣା ଲାଗି ୨୧୫ କୋଟି ଟଙ୍କା ଫେରସ୍ତ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ମାତ୍ର ପରବର୍ତ୍ତୀ ସମୟରେ ସେ ଜାମିନରେ ଆସିଥିଲେ । ତାଙ୍କର ବେଆଇନ୍‌ ଅର୍ଥ କାରବାର ନେଇ ଦୁର୍ଗା ପ୍ରସାଦଙ୍କୁ ଆଜି ଇଡି ପଚରାଉଚରା କରାଯାଇଥିବା ଜଣାପଡ଼ିଛି ।

Leave a comment