ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କୁ ମିଳିଲା ଆଶ୍ବସ୍ତି

0

ବିଜେପୁର ଦିଲେଶ୍ୱର ସାହୁ ହତ୍ୟା ମାମଲାରେ ଅତିରିକ୍ତ ସ୍ଵତନ୍ତ୍ର ଏଡିଜେ-୩ କୋର୍ଟରେ ହଜାର ହେଲେ ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ରଙ୍କ ସମେତ ୧୨ଜଣ ଅଭିଯୁକ୍ତ। ଏଥିସହ ଜୟନାରାୟଣ ମିଶ୍ର ଏବଂ ଅନ୍ୟ ୧୧ଜଣ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ଭୁବନେଶ୍ୱର ସ୍ୱତନ୍ତ୍ର ଏଡିଜେ କୋର୍ଟରେ ହଜାର ହୋଇ ଜାମିନ ନେଇଛନ୍ତି।

ଜେଏମ୍‌ଏଫ୍‌ସି ସୋହେଲା କୋର୍ଟରୁ ମାମଲାଟି ସ୍ଵତନ୍ତ୍ର କୋର୍ଟକୁ ସ୍ଥାନାନ୍ତରିତ ହୋଇଛି। ପୂର୍ବରୁ ଜେଲଏମ୍‌ଏଫ୍‌ସି ସୋହେଲା କୋର୍ଟରୁ ମଧ୍ୟ ଜୟନାରାୟଣ ଜାମିନ ପାଇଥିଲେ। ତଳ କୋର୍ଟରେ ଯାହା ସର୍ତ୍ତ ରହିଥିଲେ ସେହି ସର୍ତ୍ତ କାୟମ ରଖିଛନ୍ତି ଭୁବନେଶ୍ୱର ଏଡିଜେ ସ୍ଵତନ୍ତ୍ର କୋର୍ଟ।

Leave a comment